ଅଯୋଧ୍ୟାରେ ରାମଲଲ୍ଲାଙ୍କ ଦର୍ଶନ ପରେ ରୋଡ୍ ସୋ’ କଲେ ମୋଦୀ

ଅଯୋଧ୍ୟା : ଅଯୋଧ୍ୟା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ରୀରାମ ମନ୍ଦିର ଯାଇ ଭଗବାନ ରାମଲଲ୍ଲାଙ୍କୁ ଦର୍ଶନ କରିଛନ୍ତି । ଏହା ପରେ ସେ ଅଯୋଧ୍ୟା ସହରରେ ଏକ ରୋଡ ସୋ କରିଥିଲେ  । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉପସ୍ଥିତ ଥିଲେ ।

ଗତ ଜାନୁଆରି ୨୨ରେ ରାମଲଲ୍ଲାଙ୍କ ନୂତନ ବିଗ୍ରହ ପ୍ରାଣ ପ୍ରତିଷ୍ଠା ସମାରୋହରେ ପ୍ରଧାନମନ୍ତ୍ରୀ ଯୋଗ ଦେଇଥିଲେ । ତାପରେ ଏହା ହେଉଛି ଅଯୋଧ୍ୟାକୁ ମୋଦୀଙ୍କ ପ୍ରଥମ ଗସ୍ତ । ସଂଧ୍ୟା ୭ଟା ୫୦ ମିନିଟ ସମୟରେ ରାମ ମନ୍ଦିରରେ ରାମଲାଲାଙ୍କ ଦର୍ଶନ କରିଥିଲେ ମୋଦୀ । ରାମଲଲ୍ଲାଙ୍କ ଶ୍ରୀ ବିଗ୍ରହ ସାମନାରେ ସେ ସାଷ୍ଟାଙ୍ଗ ପ୍ରଣିପାତ କରିଥିଲେ । ଏହା ସହିତ ସେ ରାମଲଲ୍ଲାଙ୍କ ଆରତୀ ମଧ୍ୟ କରିଥିଲେ । ଏହି ଅବସରରେ ରାମମନ୍ଦିର ଟ୍ରଷ୍ଟର ମହାସଚିବ ଚମ୍ପକ ରାୟ ଉପସ୍ଥିତ ଥିଲେ । ଦର୍ଶନ ପରେ ଅଯୋଧ୍ୟାର ରାଜରାସ୍ତରେ ରୋଡସୋ ଆରମ୍ଭ ହୋଇଥିଲା ।

ଅଯୋଧ୍ୟାର ରାମପଥରେ ଏହି ରୋଡ୍ ସୋ ସୁଗ୍ରୀବ ଦୁର୍ଗରୁ ଆରମ୍ଭ ହୋଇ ପ୍ରାୟ ୨ କିଲୋମିଟର ପର୍ଯ୍ୟନ୍ତ ଲତା ଛକ ପର୍ଯ୍ୟନ୍ତ ଚାଲିଥିଲା। ସମଗ୍ର ମାର୍ଗକୁ ୪୦ଟି ବ୍ଲକରେ ବିଭକ୍ତ କରାଯାଇଥିଲା, ଯେଉଁଥିରେ ସିନ୍ଧି, ପଞ୍ଜାବୀ, କୃଷକ ଏବଂ ପାରମ୍ପରିକ ପୋଷାକ ପିନ୍ଧିଥିବା ମହିଳାମାନେ ଯୋଗଦେଇଥିଲେ । ରାସ୍ତାର ବିଭିନ୍ନ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅଯୋଧ୍ୟା ପରେ ମୋଦୀ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି ।

ସମ୍ବନ୍ଧିତ ଖବର