ରିଓ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇ ଦିନିଆ ବ୍ରାଜିଲ ଗସ୍ତରେ ଯାଇଛନ୍ତି । ସୋମବାର ସେ ରିଓ ଡି ଜେନେରିଓରେ ଅନୁଷ୍ଠିତ ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେଇଥିଲେ। ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଛନ୍ତି, ପ୍ରଥମେ ମୁଁ ରାଷ୍ଟ୍ରପତି ଲୁଲାଙ୍କୁ ଜି-୨୦ ଶିଖର ସମ୍ମିଳନୀ ଆୟୋଜନ ଏବଂ ଜି-୨୦ର ସଫଳ ଅଧ୍ୟକ୍ଷତା ପାଇଁ କରାଯାଇଥିବା ଭବ୍ୟ ବ୍ୟବସ୍ଥା ପାଇଁ ଅଭିନନ୍ଦନ ଜଣାଇବାକୁ ଚାହୁଁଛି। ନୂଆଦିଲ୍ଲୀରେ ଅନୁଷ୍ଠିତ ଜି-୨୦ ଶିଖର ସମ୍ମିଳନୀରେ ନିଆଯାଇଥିବା ଲୋକାଭିମୁଖୀ ନିଷ୍ପତ୍ତି ବ୍ରାଜିଲର ସଭାପତିତ୍ବ କାଳରେ କାର୍ଯ୍ୟକାରୀ କରାଯାଇଛି । ଏହା ଅତ୍ୟନ୍ତ ସନ୍ତୋଷର ବିଷୟ ଯେ ଆମେ ଏସଡିଜି ଲକ୍ଷ୍ୟକୁ ପ୍ରାଥମିକତା ଦେଇଥିଲୁ ... ଏହା ସ୍ପଷ୍ଟ ଯେ ଗୋଟିଏ ପୃଥିବୀ, ଗୋଟିଏ ପରିବାର ଏକ ଭବିଷ୍ୟତ, ଗତ ବର୍ଷ ଭଳି ଚଳିତ ଶିଖର ସମ୍ମିଳନୀରେ ମଧ୍ୟ ପ୍ରାସଙ୍ଗିକ। "
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, "ମୁଁ କହିବାକୁ ଚାହେଁ ଯେ ବିଶ୍ୱରେ ଚାଲିଥିବା ସଂଘର୍ଷ ଯୋଗୁଁ ଦକ୍ଷିଣ ବିଶ୍ୱର ଦେଶଗୁଡ଼ିକ ଖାଦ୍ୟ, ଇନ୍ଧନ ଏବଂ ସାର ସଙ୍କଟ ଦ୍ୱାରା ସର୍ବାଧିକ ପ୍ରଭାବିତ ହୋଇଛନ୍ତି। ତେଣୁ ଗ୍ଲୋବାଲ ସାଉଥର ଆହ୍ୱାନ ଓ ପ୍ରାଥମିକତାକୁ ଦୃଷ୍ଟିରେ ରଖିଲେ ହିଁ ଆମ ଆଲୋଚନା ସଫଳ ହୋଇପାରିବ । ଏବଂ ନୂଆଦିଲ୍ଲୀ ଶିଖର ସମ୍ମିଳନୀ ସମୟରେ ଆଫ୍ରିକୀୟ ସଂଘକୁ ଜି-୨୦ର ସ୍ଥାୟୀ ଆସନ ପ୍ରଦାନ କରି ଆମେ ଯେମିତି ଗ୍ଲୋବାଲ ସାଉଥର ସ୍ୱର ଉତ୍ତୋଳନ କରିଥିଲୁ, ଆମେ ବିଶ୍ୱ ଶାସନ ଅନୁଷ୍ଠାନଗୁଡ଼ିକରେ ସଂସ୍କାର ଆଣିବୁ। "
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2024/11/18/rgbPYILgYAoSVA1PQJV7.jpg)