ରୋମ: ଜି-୭ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କ ନିମନ୍ତ୍ରଣକ୍ରମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଏଠାରେ ପହଞ୍ଚିଛନ୍ତି। ଚଳିତ ମାସରେ ତୃତୀୟ ଥର ପ୍ରଧାନମନ୍ତ୍ରୀ ହେବା ପରେ ଏହା ତାଙ୍କର ପ୍ରଥମ ବିଦେଶ ଗସ୍ତ। ମେଲୋନିଙ୍କ ଦ୍ୱାରା ଆୟୋଜିତ ଏହି ଅଧିବେଶନରେ ସେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ), ଶକ୍ତି, ଆଫ୍ରିକା ଏବଂ ଭୂମଧ୍ୟସାଗରୀୟ ବିଷୟରେ ଏକ ଅଧିବେଶନରେ ଅଂଶଗ୍ରହଣ କରିଥିଲେ ।

Advertisment

ଏହି ଅଧିବେଶନରେ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ ଆମକୁ ପ୍ରଯୁକ୍ତିବିଦ୍ୟାକୁ ସୃଜନଶୀଳ କରିବାକୁ ହେବ, ବିଶୃଙ୍ଖଳିତ କରିବାକୁ ହେବ ନାହିଁ। ତା'ହେଲେ ହିଁ ଆମେ ଏକ ସମାବେଶୀ ସମାଜର ମୂଳଦୁଆ ପକାଇପାରିବା। ଆପଣଙ୍କୁ କହିରଖୁଛୁ ଯେ ଭାରତ ସର୍ବଦା ମାନବ କେନ୍ଦ୍ରୀତ ଆଭିମୁଖ୍ୟ ମାଧ୍ୟମରେ ଉନ୍ନତ ଭବିଷ୍ୟତ ପାଇଁ ପ୍ରୟାସ କରୁଛି । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଉପରେ ଜାତୀୟ ରଣନୀତି ପ୍ରସ୍ତୁତ କରୁଥିବା ପ୍ରଥମ ଅଳ୍ପ କେତୋଟି ଦେଶ ମଧ୍ୟରୁ ଭାରତ ଅନ୍ୟତମ ।

ଲୋକସଭା ନିର୍ବାଚନ୨୦୨୪ରେ କ୍ରମାଗତ ତୃତୀୟ ଥର ପାଇଁ ଜନାଦେଶ ପାଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଲୋକଙ୍କ ଆଶୀର୍ବାଦରେ ଏହା ଗଣତନ୍ତ୍ରର ବିଜୟ ବୋଲି ସେ କହିଛନ୍ତି। ଏହି ସମ୍ମିଳନୀ ଅବସରରେ ମୋଦୀ ପୋପ୍ ଫ୍ରାନସିସଙ୍କୁ ସାକ୍ଷାତ କରିଥିଲେ । ଏହି ସାକ୍ଷାତ ଅବସରରେ ମୋଦୀ ପୋପଙ୍କୁ ଭାରତ ଆସିବାକୁ ଆମନ୍ତ୍ରଣ କରିଥିଲେ ।