ଓଜନ ହୋଇ ପଦ୍ମ ଅର୍ପଣ କଲେ ମୋଦୀ, କହିଲେ ବନାରସ ଭଳି କେରଳ ମଧ୍ୟ ମୋର ନିଜର

ତିରୁବନନ୍ତପୁରମ: ଦ୍ଵିତୀୟ ଥର ପ୍ରଧାନମନ୍ତ୍ରୀ ହେଵା ପରେ କେରଳ ଗସ୍ତରେ ଯାଇଛନ୍ତି ମୋଦୀ | ଆଜି ମୋଦୀ ପ୍ରସିଦ୍ଧ ଗୁରୁବାୟୁର ମନ୍ଦିରରେ ବିଶେଷ ପୂଜାର୍ଚ୍ଚନା କରିଥିଲେ | ଏହି ମନ୍ଦିରର ତୁଲାଭରମ ନୀତି ଅନୁଯାୟୀ ମୋଦୀ ପ୍ରଥମେ ଏକ ତରାଜୁରେ ନିଜକୁ ଓଜନ କରିଥିଲେ | ସେହି ଓଜନର ପଦ୍ମ ଫୁଲକୁ ମୋଦୀ ଭଗବାନଙ୍କୁ ଅର୍ପଣ କରିଥିଲେ | ଏଥିପାଇଁ ୧୧୨ କିଲୋ ପଦ୍ମଫୁଲର ବ୍ୟବସ୍ଥା କରାଯାଇଥିଲା | ଏହାପରେ ତ୍ରିସୁରରେ ଆୟୋଜିତ କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଯୋଗ ଦେଇଥିଲେ |

PHOTO-ANI

କାର୍ଯ୍ୟକର୍ତ୍ତାଙ୍କୁ ମୋଦୀ କହିଥିଲେ ଯେ କୌଣସି ଗରିବ ଲୋକକୁ ନିଜ ଘର ଯେଭଳି ବିକିବାକୁ ନା ପଡେ ସେଥିପାଇଁ ୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଦିଆଯାଉଛି | କିନ୍ତୁ କେରଳ ଲୋକ ଏଥିରୁ ବଞ୍ଚିତ ହେଉଛନ୍ତି, କାରଣ ଏଠାକାର ସରକାର ଏହି ଯୋଜନାକୁ ଲାଗୁ କରିବାକୁ ମନା କରୁଛନ୍ତି | ସେହିପରି ଲୋକଙ୍କ ସେବା କରିବା ପାଇଁ ସେ ରାଜନୀତି କରନ୍ତି ବୋଲି କହିଛନ୍ତି | ରାଜନୈତିକ ଦଳ ଲୋକଙ୍କର ମନକୁ ବୁଝିନାଁହାନ୍ତି | କିନ୍ତୁ ଲୋକ ବିଜେପି ଓ ଏନଡିଏ ସପକ୍ଷରେ ଜନାଦେଶ ଦେଇଛନ୍ତି | ତେଣୁ ସେ ଜନତାଙ୍କୁ ମଥା ପାତି ପ୍ରଣାମ କରିଥିଲେ |

PHOTO-ANI

ସେହିପରି ମୋଦୀ କହିଛନ୍ତି ଯେ ବିରୋଧୀ କୁହନ୍ତି କେରଳରେ ବିଜେପି କୌଣସି ଖାତା ଖୋଲିପାରିନାହିଁ ତଥାପି ମୋଦୀ ଧନ୍ୟବାଦ ପାଇଁ କେରଳ ଯାଇଛନ୍ତି | ଏହାକୁ ସମାଲୋଚନା କରି ମୋଦୀ କହିଛନ୍ତି ଯେ ବନାରସ ଭଳି କେରଳ ମୋର ଅତି ନିଜର | ଶେଷରେ ମୋଦୀ ଏଠାକାର କାର୍ଯ୍ୟକର୍ତ୍ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି |

ସମ୍ବନ୍ଧିତ ଖବର