ମଥୁରା: ଭଗବାନ ଶ୍ରୀକୃଷ୍ଣଙ୍କ ଭକ୍ତ ତଥା କବି ମୀରାବାଇଙ୍କ ୫୨୫ତମ ଜୟନ୍ତୀ ଅବସରରେ ଆୟୋଜିତ 'ମୀରାବାଇ ଜନ୍ମୋତ୍ସବ'ରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ମଥୁରାରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଯୋଧ୍ୟାର ଶ୍ରୀକୃଷ୍ଣ ଜନ୍ମଭୂମି ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି। ସେ ଭାଗବତ ଭବନର ଉପର ମହଲାକୁ ଯାଇଥିଲେ। ଭାଗବତ ଭବନରେ ପ୍ରଧାନମନ୍ତ୍ରୀ ମୋଦୀ, ରାଜ୍ୟପାଳ ଆନନ୍ଦୀବେନ ପଟେଲ, ସିଏମ ଯୋଗୀଙ୍କ ସମେତ ମୋଟ ୧୭ ଜଣ ପୂଜକ ଉପସ୍ଥିତ ଥିଲେ ।
ଏହି ଅବସରରେ ମୋଦୀ କହିଥିଲେ, ଦେଶ ସ୍ୱାଧୀନ ହେବା ପରେ କେତେକ ଲୋକ ଭାରତକୁ ତାହାର ଅତୀତଠାରୁ ବିଚ୍ଛିନ୍ନ କରିବାକୁ ଚାହୁଁଥିଲେ। ସ୍ୱାଧୀନତା ପରେ ମଧ୍ୟ ଦାସତ୍ୱର ମାନସିକତା ଦୃଢ଼ ରହିଥିଲା। ବ୍ରଜଭୂମି ବିକାଶରୁ ବଞ୍ଚିତ ହୋଇଥିଲେ ମଧ୍ୟ ଏବେ ରାମ ମନ୍ଦିରର ତାରିଖ ମଧ୍ୟ ଆସିଯାଇଛି ଓ ସେହି ଦିନ ଦୂର ନୁହେଁ ଯେତେବେଳେ ଭଗବାନ ଶ୍ରୀକୃଷ୍ଣ ଏଠାରେ ଆହୁରି ଅଧିକ ଦିବ୍ୟ ରୂପରେ ନଜର ଆସିବେ ।
ମୀରାବାଇଙ୍କ ସମ୍ମାନରେ ପ୍ରଧାନମନ୍ତ୍ରୀ ମୋଦୀ ଏକ ସ୍ୱତନ୍ତ୍ର ଡାକଟିକଟ ଏବଂ ମୁଦ୍ରା ମଧ୍ୟ ଉନ୍ମୋଚନ କରିଛନ୍ତି । ଏହି ଅବସରରେ ଆୟୋଜିତ ହେବାକୁ ଥିବା ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦେବେ। ମୀରାବାଇଙ୍କ ସ୍ମୃତିରେ ବର୍ଷବ୍ୟାପୀ କାର୍ଯ୍ୟକ୍ରମର ଶୁଭାରମ୍ଭ ମଧ୍ୟ ଏହି କାର୍ଯ୍ୟକ୍ରମରେ ଅନୁଷ୍ଠିତ ହେବ। ମୀରାବାଈ ଭଗବାନ କୃଷ୍ଣଙ୍କ ପ୍ରତି ତାଙ୍କର ଭକ୍ତି ପାଇଁ ଜଣାଶୁଣା । ସେ ଅନେକ ଭଜନ ଓ ଶବ୍ଦ ରଚନା କରିଥିଲେ, ଯାହା ଆଜି ବି ଲୋକପ୍ରିୟ ।