ଟିମ ଇଣ୍ଡିଆ ପରି କାମ କରନ୍ତୁ କେନ୍ଦ୍ର-ରାଜ୍ୟ : ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନିତି ଆୟୋଗ ବୈଠକରେ କହିଛନ୍ତି ଯଦି କେନ୍ଦ୍ର ଏବଂ ସମସ୍ତ ରାଜ୍ୟ ଏକାଠି ହୋଇ ଟିମ୍ ଇଣ୍ଡିଆ ପରି କାମ କରନ୍ତି, ତେବେ କୌଣସି ଲକ୍ଷ୍ୟ ଅସମ୍ଭବ ନୁହେଁ। ୨୦୪୭ ସୁଦ୍ଧା ଏକ ବିକଶିତ ଭାରତ ଗଠନ ଆମର ଲକ୍ଷ୍ୟ ହେବା ଉଚିତ୍ ।

yy

ନୂଆଦିଲ୍ଲୀ : ଆଜି ଦିଲ୍ଲୀରେ ନୀତି ଆୟୋଗର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଦେଶର ଅଧିକାଂଶ ରାଜ୍ୟର ମୁଖ୍ୟମନ୍ତ୍ରୀ ଏଥିରେ ଅଂଶଗ୍ରହଣ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ଏହି ବୈଠକକୁ ସମ୍ବୋଧିତ କରିଥିଲେ। ସେ କହିଥିଲେ ଯେ ଆମକୁ ବିକାଶର ଗତି ବୃଦ୍ଧି କରିବାକୁ ପଡିବ। ଯଦି କେନ୍ଦ୍ର ଏବଂ ସମସ୍ତ ରାଜ୍ୟ ଏକାଠି ହୋଇ ଟିମ୍ ଇଣ୍ଡିଆ ପରି କାମ କରନ୍ତି, ତେବେ କୌଣସି ଲକ୍ଷ୍ୟ ଅସମ୍ଭବ ନୁହେଁ। ୨୦୪୭ ସୁଦ୍ଧା ଏକ ବିକଶିତ ଭାରତ ଗଠନ ଆମର ଲକ୍ଷ୍ୟ ହେବା ଉଚିତ୍ ।

ନୀତି ଆୟୋଗର ଦଶମ ଗଭର୍ଣ୍ଣିଂ କାଉନସିଲ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ବିକଶିତ ଭାରତ ପ୍ରତ୍ୟେକ ଭାରତୀୟଙ୍କ ସ୍ୱପ୍ନ। ପ୍ରତ୍ୟେକ ରାଜ୍ୟ ବିକାଶ କଲେ ହିଁ ଭାରତ ବିକାଶ କରିବ। ଏହା ହେଉଛି ୧୪୦ କୋଟି ଦେଶବାସୀଙ୍କ ଆକାଂକ୍ଷା।

ନୀତି ଆୟୋଗର ଦଶମ ଗଭର୍ଣ୍ଣିଂ କାଉନସିଲ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ବିକଶିତ ଭାରତ ପ୍ରତ୍ୟେକ ଭାରତୀୟଙ୍କ ସ୍ୱପ୍ନ। ପ୍ରତ୍ୟେକ ରାଜ୍ୟ ବିକାଶ କଲେ ହିଁ ଭାରତ ବିକାଶ କରିବ। ଏହା ହେଉଛି ୧୪୦ କୋଟି ଦେଶବାସୀଙ୍କ ଆକାଂକ୍ଷା।

ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ପ୍ରତ୍ୟେକ ରାଜ୍ୟ ଅତିକମରେ ଗୋଟିଏ ବିଶ୍ବସ୍ତରୀୟ ପର୍ଯ୍ୟଟନ କ୍ଷେତ୍ରର ବିକାଶ କରିବା ଉଚିତ । ଏହା କେବଳ ସେହି ସ୍ଥାନ ନୁହେଁ, ଆଖପାଖର ସହରଗୁଡ଼ିକୁ ବିକଶିତ କରିବ । ଭାରତ ଦ୍ରୁତ ଗତିରେ ସହରୀକରଣ ଆଡ଼କୁ ଗତି କରୁଛି, ଏହାକୁ ଦୃଷ୍ଟିରେ ରଖି ଆମକୁ ଗୋଟିଏ ଭବିଷ୍ଯ ପାଇଁ ପ୍ରସ୍ତୁତ ସହରର ବିକାଶ କରିବା ଉଚିତ୍ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe