ନ୍ୟୁୟର୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମିଳିତ ଜାତିସଂଘରେ ଆୟୋଜିତ ଲୋକ 'ଭବିଷ୍ୟତର ଶିଖର ସମ୍ମିଳନୀ'କୁ ସମ୍ବୋଧିତ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ନିକଟରେ, ଜୁନ୍ ମାସରେ ଭାରତର ଜନତା ଆମକୁ ବିଶ୍ୱର ସର୍ବବୃହତ ନିର୍ବାଚନରେ କ୍ରମାଗତ ତୃତୀୟ ଥର ପାଇଁ ଦେଶର ସେବା କରିବାର ସୁଯୋଗ ଦେଇଛନ୍ତି। ଯେତେବେଳେ ଆମେ ବିଶ୍ୱ ଭବିଷ୍ୟତ ବିଷୟରେ କଥା ବାର୍ତ୍ତା କରୁ, ସେତେବେଳେ ମାନବ-କେନ୍ଦ୍ରୀତ ଆଭିମୁଖ୍ୟକୁ ପ୍ରାଥମିକତା ଦିଆଯିବା ଉଚିତ୍ । ନିରନ୍ତର ବିକାଶକୁ ସୁନିଶ୍ଚିତ କରିବା ସହିତ ମାନବ କଲ୍ୟାଣ, ଖାଦ୍ୟ ନିରାପତ୍ତା ଏବଂ ସ୍ୱାସ୍ଥ୍ୟ କୁ ମଧ୍ୟ ସୁନିଶ୍ଚିତ କରିବାକୁ ହେବ ।
ଆତଙ୍କବାଦ ବିଶ୍ୱ ଶାନ୍ତି ଓ ନିରାପତ୍ତା ପାଇଁ ଏକ ବଡ଼ ବିପଦ ସୃଷ୍ଟି କରିଥିବା ବେଳେ ସାଇବର ଅପରାଧ, ସାମୁଦ୍ରିକ ନିରାପତ୍ତା ଏବଂ ମହାକାଶ ସୁରକ୍ଷା ବି ଚିନ୍ତାର କାରଣ ହୋଇଛି। ଏହି ସବୁ ପ୍ରସଙ୍ଗରେ ବିଶ୍ୱସ୍ତରୀୟ ପଦକ୍ଷେପ ଜରୁରୀ ।
୨୫୦ ନିୟୁତ ଲୋକଙ୍କୁ ଦାରିଦ୍ର୍ୟମୁକ୍ତ କରିବା ସମ୍ଭବ ବୋଲି ଆମେ ଭାରତରେ ପ୍ରଦର୍ଶନ କରିଛୁ। ନିରନ୍ତର ବିକାଶ ଦ୍ୱାରା ସଫଳତା ମିଳିଥାଏ। ଆମେ ଗ୍ଲୋବାଲ ସାଉଥ୍ ସହିତ ଆମର ସଫଳତାର ଅଭିଜ୍ଞତା ବାଣ୍ଟିବାକୁ ପ୍ରସ୍ତୁତ ଅଛୁ । ଏହା ସହ ବିଶ୍ୱ ଶାନ୍ତି ଓ ବିକାଶ ପାଇଁ ବିଶ୍ୱ ସଂଗଠନରେ ସଂସ୍କାର ଜରୁରୀ ବୋଲି ସେ କହିଛନ୍ତି । ନୂଆଦିଲ୍ଲୀରେ ଜି-୨୦ରେ ସଦସ୍ୟତା ଆଫ୍ରିକୀୟ ସଂଘ ପାଇଁ ସେହି ଦିଗରେ ଏକ ପଦକ୍ଷେପ ଥିଲା। ଆତଙ୍କବାଦ ବିଶ୍ୱ ଶାନ୍ତି ଓ ନିରାପତ୍ତା ପାଇଁ ଏକ ବଡ଼ ବିପଦ ସୃଷ୍ଟି କରିଥିବା ବେଳେ ସାଇବର ଅପରାଧ, ସାମୁଦ୍ରିକ ନିରାପତ୍ତା ଏବଂ ମହାକାଶ ସୁରକ୍ଷା ବି ଚିନ୍ତାର କାରଣ ହୋଇଛି। ଏହି ସବୁ ପ୍ରସଙ୍ଗରେ ବିଶ୍ୱସ୍ତରୀୟ ପଦକ୍ଷେପ ଜରୁରୀ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)