ନୂଆଦିଲ୍ଲୀ: ଦୁର୍ନୀତିି ପ୍ରସଙ୍ଗରେ ଆଜି ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘେରିଛନ୍ତି। ଏନ୍ସିସିର ଏକ ସମାରୋହରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏକ ସମୟ ଥିଲା ଯେତେବେଳେ ଦୁର୍ନୀତି ସଂପର୍କରେ ଚର୍ଚ୍ଚା ହେଉଥିଲା, ସେତେବେଳେ ଲୋକେ ଭାବୁଥିଲେ ବଡ଼ ବଡ଼ ଲୋକେ ଦୁର୍ନୀତି କଲେ କିଛି ହେବନାହିଁ। କିନ୍ତୁ ଏବେ ସମୟ ବଦଳି ଯାଇଛି । ଦୁର୍ନୀତି ପାଇଁ ତିନି ଜଣ ପୂର୍ବ ମୁଖ୍ୟମନ୍ତ୍ରୀ ଏବେ ଜେଲ୍ରେ ବନ୍ଦୀ ଜୀବନ କଟାଉଛନ୍ତି। ଈଶ୍ୱର ଅଛନ୍ତି, ଦୁର୍ନୀତି କରି କେହି ବର୍ତ୍ତି ପାରିବେ ନାହିଁ ବୋଲି ମୋଦି କହିଛନ୍ତି। ନିକଟରେ ବିହାରର ଦୁଇ ପୂର୍ବ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ଏବଂ ଜଗନ୍ନାଥ ମିଶ୍ର ଗୋଖାଦ୍ୟ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ରାଞ୍ଚିର ଏକ ଜେଲ୍ରେ ଅଛନ୍ତି। ଅନ୍ୟପକ୍ଷରେ ହରିୟାଣାର ପୂର୍ବ ମୁଖ୍ୟମନ୍ତ୍ରୀ ଓମ୍ ପ୍ରକାଶ ଚୌତାଲା ମଧ୍ୟ ଦୁର୍ନୀତି ମାମଲାରେ ଜେଲ୍ରେ ଅଛନ୍ତି।
ଦୁର୍ନୀତି ପ୍ରସଙ୍ଗରେ ଲାଲୁଙ୍କୁ ଘେରିଲେ ମୋଦି
/sambad/media/post_attachments/wp-content/uploads/2018/01/lalu-modi-jio.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)