ସବୁ ଦୁର୍ନୀତିଗ୍ରସ୍ତ ଏକାଠି ହେଉଛନ୍ତି : ମୋଦୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଶାରାରେ କଂଗ୍ରେସ ଦଳକୁ ଟାର୍ଗେଟ କରିଛନ୍ତି । ଦିଲ୍ଲୀରେ ବିଜେପିର ଏକ ନୂଆ କାର୍ଯ୍ୟାଳୟକୁ ଉଦଘାଟନ କରି ମୋଦି କହିଛନ୍ତି ଯେ ଆମ ସରକାର ଦୁର୍ନୀତି ବିରୋଧରେ ଲଗାତାର କାର୍ଯ୍ୟାନୁଷ୍ଠାନ ନେଉଛି । ଏହି କାରଣରୁ ସମସ୍ତ ଦୁର୍ନୀତିଗ୍ରସ୍ତ ମାନେ ଗୋଟିଏ ପ୍ଲାଟଫର୍ମରେ ଏକାଠି ହେବା ଆରମ୍ଭ କରିଛନ୍ତି ।

ସେ କହିଛନ୍ତି, କଂଗ୍ରେସ ଶାସନ ସମୟରେ କିଛି ଲୋକ ବ୍ୟାଙ୍କଗୁଡ଼ିକୁ ଜୋରଦାର ଲୁଟ୍ କରିଚାଲିଥିଲେ । ଆଜି ବିଜେପି ସରକାର ଏହି ଲୋକଙ୍କ ମାଲିକାନାରେ ଥିବା ପ୍ରାୟ ୨୦ ହଜାର କୋଟି ଟଙ୍କାର ସମ୍ପତ୍ତି ଜବତ କରିଛନ୍ତି । ବିଜେପି ସରକାରରେ ଦୁର୍ନୀତିଘେରରେ ଥିବା ଶତାଧିକ ଅଧିକାରୀଙ୍କୁ ବହିଷ୍କାର କରି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ବିଜେପିକୁ ଦୁର୍ନୀତି ର ମୁକାବିଲା କରିବାକୁ ପଡିବ । ବିଜେପିକୁ ପରିବାରବାଦ ବିରୋଧରେ ଲଢ଼ିବାକୁ ପଡ଼ିବ, ବିଜେପିକୁ ଭାରତ ବିରୋଧୀ ଶକ୍ତିଙ୍କ ସହ ଲଢ଼ିବାକୁ ପଡ଼ିବ ।

ବିଜେପି ସଂପର୍କରେ ସେ କହିଥିଲେ ଯେ, ଆମ ଦଳ ମଧ୍ୟ ସବୁଠାରୁ ଖରାପ ସମୟ ଦେଖିଛି। ଗୋଟିଏ ସମୟରେ ଆମେ ମାତ୍ର ୨ଟି ଆସନ ବିଶିଷ୍ଟ ଏକ ଦଳ ଥିଲୁ କିନ୍ତୁ ଆମେ କଠିନ ପରିଶ୍ରମ କରିଥିଲୁ ଓ ୨୦୧୯ରେ ଆମେ ୩୦୩ ଟି ଆସନ ବିଶିଷ୍ଟ ଦଳ ହୋଇଥିଲୁ । ଆଜି ବିଜେପି କେବଳ ବିଶ୍ୱର ସବୁଠାରୁ ବଡ଼ ଦଳ ନୁହେଁ, ବରଂ ବିଜେପି ହେଉଛି ଭାରତର ସବୁଠାରୁ ଭବିଷ୍ୟତବାଦୀ ଦଳ। ଭବିଷ୍ୟତର ଏକ ଆଧୁନିକ ଏବଂ ବିକଶିତ ଭାରତ ନିର୍ମାଣ କରିବା ଏହାର ଲକ୍ଷ୍ୟ ।

 

ସମ୍ବନ୍ଧିତ ଖବର