ଲାହୋର: ଭାରତର ବିକାଶ ଦେଖି ଛାତି ଫାଟି ଯାଉଛିି। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେତେବେଳେ ବିଶ୍ୱର ଅନ୍ୟ ବୃହତ ରାଷ୍ଟ୍ରର ନେତାମାନଙ୍କ ସହିତ ଜି-୨୦ ଶିଖର ସମ୍ମିଳନୀରେ ଛାତିି ଫୁଲାଇ ଠିଆ ହେଉଛନ୍ତି, ସେତେବେଳେ ଛାତିରେ ଏକ ତୀର ଗଳିଗଲା ପରି ଲାଗୁଛି।ଏକଥା ଆଉ କେହି ନୁହଁନ୍ତି, କହିଛନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ଵାଜ ସରିଫଙ୍କ ଭାଇ ତଥା ପାକିସ୍ତାନର ସର୍ବବୃହତ ରାଜନୈତିକ ଦଳ ପିଏମଏଲ (ଏନ)ର ସଭାପତି ସାହାବାଜ ସରିଫ।

Advertisment

publive-image
ପାକିସ୍ତାନର ଦୁଃଖଦ ଆର୍ଥିକ ସ୍ଥିତି ଉପରେ ଏକ ଘରୋଇ ଚାନେଲକୁ ସାକ୍ଷରତକାର ଦେବା ଅବସରରେ ସାହାବାଜ ସରିଫ କହିଛନ୍ତି ଯେ ପାକିସ୍ତାନ ଓ ଭାରତ ଉଭୟ ୧୯୪୭ ମସିହା ଅଗଷ୍ଟ ମାସରେ ସ୍ୱାଧୀନତା ହାସଲ କରିଥିଲେ। ମାତ୍ର ଆଜି ପାକିସ୍ତାନ ଠାରୁ ଭାରତ ସବୁ କ୍ଷେତ୍ରରେ ଆଗୁଆ। ଏହା ଖୁବ୍‌ ଯନ୍ତ୍ରଣାଦାୟକ ବୋଲି ସାହାବାଜ କହିଛନ୍ତି। ବିଶେଷ କରି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଛାତି ଫୁଲେଇ ବିଶ୍ୱନେତାଙ୍କ ପାଖରେ ଠିଆ ହେଉଥିବା ବେଳେ ଆମେ କେବଳ ଦର୍ଶକ ସାଜି ନାଟକ ଦେଖୁଛୁ ବୋଲି ସାହାବାଜ ବେଶ୍‌ ଅସହାୟ ସ୍ୱରରେ କହିଛନ୍ତି।
ସୂଚନାଯୋଗ୍ୟ ଯେ ନିକଟରେ ପାକିସ୍ତାନରେ ସାଧାରଣ ନିର୍ବାଚନ ହେବାକୁ ଯାଉଥିବା ବେଳେ ଦୁର୍ନୀତି ଅଭିଯୋଗରେ ସାହାବାଜ ସରିଫଙ୍କ ଭାଇ ନଓ୍ଵାଜ ସରିଫ ଓ ତାଙ୍କ ଝିଅ ମାରିୟାମ ଗରିଫ ହେବା ପାଇଁ ଆସି ଆବୁଧାବିରେ ପହଞ୍ଚିଛନ୍ତି। ଏପରିକି ଏଥିପାଇଁ ପାକିସ୍ତାନର ଏକ କୋର୍ଟ ନଓ୍ଵାଜ ସରିଫ ନିର୍ବାଚନ ଲଢ଼ିପାରିବେ ନାହିଁ ନିର୍ଦ୍ଦେଶ ଦେଇଛନ୍ତି। ଏହା ପରେ ନଓ୍ଵାଜ ସରିଫଙ୍କ ସ୍ଥାନରେ ତାଙ୍କ ଭାଇ ପିଏମଏଲ(ଏନ)ର ନେତୃତ୍ୱ ନେଉଛନ୍ତି। ତେଣୁ ନିର୍ବାଚନ ସମୟରେ ସାହାବାଜ ସରିଫଭାକିସ୍ତାନୀମାନେ ନିଜକୁ ଭାରତୀୟମାନଙ୍କ ସହିତ ତୁଳନା କରିବାକୁ ଅନୁରୋଧ କରିଛନ୍ତି ଓ ପାକିସ୍ତାନ ତୁଳନରେ ଭାରତ କେତେ ଆଗକୁ ଉଠିଯାଇଛି ତାକୁ ଆଖି ଆଗରେ ରଖି ଆଗାମୀ ନିର୍ବାଚନରେ ନିଷ୍ପତ୍ତି ନିଅନ୍ତୁ ବୋଲି ଆହ୍ଵାନ ଦେଇଛନ୍ତି।