ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ଏକ୍ଜିଟ୍ ପୋଲରେ ଏନ୍ଡିଏକୁ ସଂଖ୍ୟାଗରିଷ୍ଠତା ମଳିବା ପୂର୍ବାନୁମାନ ମଧ୍ୟରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ମନ୍ତ୍ରିମଣ୍ଡଳର ସଦସ୍ୟଙ୍କ ସହିତ ବୈଠକ କରିବା ସହ ସେମାନଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି। ଏହି ବୈଠକ ବିଜେପି ମୁଖ୍ୟାଳୟରେ ହୋଇଥିଲା। ବୈଠକ ଆରମ୍ଭରେ ସହଯୋଗୀ ଦଳ ନେତା ରାମ ବିଳାସ ପାଶ୍ବାନ, ହରସିମରନ କୌର, ଅନୁପ୍ରିୟା ପଟେଲଙ୍କ ସହିତ ଅନ୍ୟ ନେତାମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ବାଗତ କରିଥିଲେ। ବୈଠକରେ ପ୍ରଧାନମନ୍ତ୍ରୀଙ୍କ ବ୍ୟତୀତ ବିଜେପି ଅଧ୍ୟକ୍ଷ ଅମିତ ଶାହ ଏବଂ ଏନଡିଏର ସହଯୋଗୀ ଦଳର ସମସ୍ତ ମନ୍ତ୍ରୀ ଉପସ୍ଥିତ ଥିଲେ। ଏଥିରେ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ, ନୀତିନ ଗଡ଼କରୀ, ରାମବିଳାସ ପାଶ୍ବାନ, ସ୍ମୃତି ଇରାନୀ, ପିୟୂଷ ଗୋୟଲ, ମୁଖ୍ତାର ଅବ୍ବାସ ନକଭୀ, ରାଧାମୋହନ ସିଂହଙ୍କ ସମେତ ୪୦ରୁ ଅଧିକ ବରିଷ୍ଠ ନେତା ଉପସ୍ଥିତ ଥିଲେ।
ବୈଠକ ପରେ ସମସ୍ତେ ନେତା ଅଶୋକା ହୋଟେଲରେ ଅନୁଷ୍ଠିତ ଏନ୍ଡିଏର ରାତ୍ରୀ ଭୋଜନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ କେ. ପଲାନି ସ୍ବାମୀ ଏବଂ ଶିବସେନା ସୁପ୍ରିମୋ ଉଦ୍ଧବ ଥାକରେ ମଧ୍ୟ ଅମିତ ଶାହଙ୍କ ଦ୍ବାରା ଆୟୋଜିତ ଏହି ରାତ୍ରୀଭୋଜନରେ ସାମିଲ ହୋଇଥିଲେ। ଏହି ଅବସରରେ ଏନ୍ଡିଏ ନେତାମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଜୋର୍ଦାର ସ୍ବାଗତ କରିଥିଲେ।
କ୍ୟାବିନେଟ୍ ସହଯୋଗୀଙ୍କ ସହ ମୋଦୀଙ୍କ ବୈଠକ
ଶାହଙ୍କ ରାତ୍ରୀଭୋଜନରେ ଏନ୍ଡିଏ ନେତାଙ୍କ ସମାଗମ
/sambad/media/post_attachments/wp-content/uploads/2019/05/11-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)