ମହିଳା ବକ୍ସରଙ୍କ ଟି-ସାର୍ଟରେ ଅଟୋଗ୍ରାଫ ଦେଇ ଚର୍ଚ୍ଚାରେ ମୋଦୀ

ନୂଆଦିଲ୍ଲୀ : ଜୁନ ୧ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତର ମହିଳା ବକ୍ସରମାନଙ୍କୁ ଭେଟିବା ସହ ସେମାନଙ୍କ ସହ ଆଲୋଚନା କରିଥିଲେ । ଏହା ପରେ ସେମାନଙ୍କ ଟି-ସାର୍ଟରେ ଅଟୋଗ୍ରାଫ ଦେଇଥିଲା । ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ସହ ନୂଆ ନୂଆ ମେମ୍ ଦେଖିବାକୁ ମିଳିଛି ।

ନିକଟରେ ସମାପ୍ତ ବିଶ୍ବ ବକ୍ସିଂ ଚାମ୍ପିଅନସିପରେ ସଫଳତା ହାସଲ କରିଥିବା ଭାରତୀୟ ମହିଳା ବକ୍ସର ନିଖଟ ଜରିନ, ମନିଷା ମୋନ ଓ ପରବୀନ ହୁଦା ନୂଆଦିଲ୍ଲୀଠାରେ ମୋଦୀଙ୍କୁ ସାକ୍ଷାତ କରିଥିଲେ । ମୋଦୀ ସେମାନଙ୍କ ସହ ଆଲୋଚନା କରିବା ସହ ସେଲଫି ଉଠାଇଥିଲେ । ଏହା ପରେ ବକ୍ସରମାନଙ୍କ ଅନୁରୋଧକ୍ରମେ ସେମାନଙ୍କ ଟି-ସାର୍ଟରେ ଅଟୋଗ୍ରାଫ୍ ଦେଇଥିଲେ ।

ଏହାକୁ ନେଇ ସୋସିଆଲ ମିଡିଆରେ କିଛି ଲୋକ ସମାଲୋଚନା କରିଥିବାବେଳେ ଆଉ କିଛି ସମର୍ଥନ କରିଛନ୍ତି । ଆଉ କିଛି ଲୋକ ମଜାଦାର ମେମ୍ ସେୟାର କରି ଘଟଣାକୁ ହାଲକାଭାବେ ନେଉଥିବା ଦେଖାଯାଇଛି ।

ଜଣେ ଟୁଇଟର ୟୁଜର ଲେଖିଛନ୍ତି, ମୋଦୀଙ୍କ ଏହି କାର୍ଯ୍ୟର ପବ୍ଲିସିଟି ମୁସେବାଲା ଘଟଣାକୁ ନେଇ ଚାଲିଥିବା ଚର୍ଚ୍ଚାକୁ ପଛରେ ପକାଇଦେଇଛି ।

ବିଶ୍ବ ବକ୍ସିଂ ଚାମ୍ପିଅନସିପରେ ଭାରତୀୟ ଦଳ ଗୋଟିଏ ସ୍ବର୍ଣ୍ଣ ପଦକ ଜିତିବା ସହ ଦୁଇଟି କାଂସ୍ୟ ପଦକ ଜିତିଥିଲା । ନିଖଟ ଜରିନ ସ୍ବର୍ଣ୍ଣ ପଦକ ଜିତି ସମଗ୍ର ଭାରତରେ ବେଶ ଲୋକପ୍ରିୟତା ଅର୍ଜନ କରିଛନ୍ତି । ସେ ଥାଇଲାଣ୍ଡର ଜୁଟାମାସ ଜିଟପଙ୍ଗଙ୍କୁ ହରାଇ ସ୍ବର୍ଣ୍ଣ ପଦକ ଜିତିଛନ୍ତି ।

 

 

ସମ୍ବନ୍ଧିତ ଖବର