ରୂପେ କାର୍ଡରେ ପ୍ରସାଦ କିଣି ୟୁଏଇରେ ଶୁଭାରମ୍ଭ କଲେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ୟୁଏଇରେ ରୂପେ କାର୍ଡ ଲଞ୍ଚ କରିଛନ୍ତି | ଏହା ସହ ସଂଯୁକ୍ତ ଆରବ ପଶ୍ଚିମ ଏସିଆରେ ଏମିତି ଏକ ଦେଶ ହୋଇଯାଇଛି ଯେଉଁଥିରେ ଇଲେକ୍ଟ୍ରୋନିକ୍ସ ପେମେଣ୍ଟରେ ଭାରତୀୟ ପ୍ରଣାଳୀକୁ ଆପଣାଯିବ | ଭାରତ ଏହା ପୂର୍ବରୁ ସିଙ୍ଗାପୁର ଓ ଭୁଟାନରେ ରୂପେ କାର୍ଡକୁ ଲଞ୍ଚ କରିଥିଲା |

ରୂପେ କାର୍ଡ ଭାରତର ଏଭଳି ଏକ ପ୍ରଥମ ଡେବିଟ ଓ କ୍ରେଡିଟ କାର୍ଡ ପେମେଣ୍ଟ ନେଟୱାର୍କ ଯାହାକି ଏଟିଏମ, ପିଓଏସ ମେସିନ ଓ ଇ କମର୍ସ ୱେବସାଇଟରେ ସହଜରେ ବ୍ୟବହାର କରାଯାଇପାରିବ | ୨୦୧୨ରେ ଏହାକୁ ଆରମ୍ଭ କରାଯାଇଥିଲା | ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ଭାରତ ଓ ୟୁଏଇର ଅର୍ଥ ବ୍ୟବସ୍ଥାକୁ ନିକଟତର କରାଇବା ପାଇଁ ଏଭଳି ବ୍ୟବସ୍ଥା କରାଯାଇଛି |


ଏହି ଅବସରରେ ୟୁଏଇର ବ୍ୟବସାୟୀମାନେ ଯୋଗ ଦେଇଥିଲେ | ତେବେ ରୂପେ କାର୍ଡ ମୋଦୀ କେବଳ ଲଞ୍ଚ କରିନଥିଲେ ବରଂ ଏହି କାର୍ଡକୁ ସ୍ବାଇପ କରି ପ୍ରସାଦ ମଧ୍ୟ କିଣିଥିଲେ | ସେହି ପ୍ରସାଦକୁ ସେ ଆସନ୍ତାକାଲି ବାହାରିନରେ ଥିବା ଶ୍ରୀନାଥଜି ମନ୍ଦିରରେ ଅର୍ପଣ କରିବେ |

ସମ୍ବନ୍ଧିତ ଖବର