ଫୋନ୍‌ରେ କଥାହେଲେ ମୋଦୀ-ବାଇଡେନ୍‌, କୋଭିଡ୍‌, ଜଳବାୟୁ ପରିବର୍ତ୍ତନ ଏବଂ ଭାରତ-ପ୍ରଶାନ୍ତ କ୍ଷେତ୍ର ସଂକ୍ରାନ୍ତ ଆଲୋଚନା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ସହ ଫୋନ୍‌ରେ କଥା ହୋଇଛନ୍ତି। ବାଇଡେନ୍‌ ରାଷ୍ଟ୍ରପତି ନିର୍ବାଚିତ ହେବାପରେ ମୋଦୀଙ୍କର ବାଇଡେନ୍‌ଙ୍କ ସହ ଏହା ପ୍ରଥମ କଥାବାର୍ତ୍ତା। ବାଇଡେନ୍‌ଙ୍କୁ ଅଭିନନ୍ଦନ ଜଣାଇବା ସହ ଭାରତ-ଆମେରିକା ସମ୍ପର୍କକୁ ଏକ ନୂତନ ସ୍ତରକୁ ନେବାପାଇଁ ପ୍ରୟାସ ଜାରି ରହିବ ବୋଲି ଉଭୟ ନେତା ସହମତି ପ୍ରକାଶ କରିଛନ୍ତି। ଫୋନ୍‌ରେ କଥା ହେବାପରେ ମୋଦୀ ଏକ ଟ୍ବିଟ୍‌ କରି କହିଛନ୍ତି- ‘ରାଷ୍ଟ୍ରପତି ନିର୍ବାଚିତ ହୋଇଥିବା ଜୋ ବାଇଡେନ୍‌ଙ୍କ ସହ ମୁଁ ଫୋନ୍‌ରେ କଥା ହୋଇଛି ଏବଂ ତାଙ୍କୁ ଅଭିନନ୍ଦନ ଜଣାଇଛି।’ ଭାରତ-ଆମେରିକା ରଣନୀତିକ ସହଯୋଗିତା କ୍ଷେତ୍ରରେ ଉଭୟ ପକ୍ଷର ପ୍ରତିବଦ୍ଧତାକୁ ଉଭୟ ନେତା ଦୋହରାଇଛନ୍ତି ଏବଂ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଯଥା କୋଭିଡ୍‌ -୧୯ ମହାମାରୀ, ଜଳବାୟୁ ପରିବର୍ତ୍ତନ ଏବଂ ଭାରତ-ପ୍ରଶାନ୍ତ କ୍ଷେତ୍ରରେ ସହଯୋଗ ଆଦି ବିଷୟବସ୍ତୁ ଉପରେ ଆଲୋଚନା ହୋଇଛି। ମୋଦୀ ମଧ୍ୟ ଆମେରିକାର ଉପରାଷ୍ଟ୍ରପତି କମଳା ହାରିସ୍‌ଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର