ମୋଦୀ ବା‌ୟୋପିକ୍‌, ଇସିଙ୍କ ନିର୍ଦ୍ଦେଶକୁ ସୁପ୍ରିମକୋର୍ଟରେ ଚ୍ୟାଲେଂଜ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବା‌ୟୋପିକ୍‌ ‘ପିଏମ୍‌ ନରେନ୍ଦ୍ର ମୋଦୀ’ ରିଲିଜ୍‌ ହେବା ଉପରେ ନିର୍ବାଚନ କମିସନ ଅଙ୍କୁଶ ଲଗାଇବାପରେ ଆଜି ଏହାକୁ ବିରୋଧ କରି ଫିଲ୍ମ ନିର୍ମାତା ସୁପ୍ରିମ‌େକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ମୋଦୀଙ୍କ ବାୟୋପିକ୍‌ ନିର୍ବାଚନ ସମୟରେ ରିଲିଜ୍‌ ହେଲେ ଏହା ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିବ ‌ତେଣୁ ନିର୍ବାଚନ ସରିବା ପରେ ହିଁ ଫିଲ୍ମ ରିଲିଜ୍‌ ହେବ ବୋଲି ଇସି ନି‌ର୍ଦ୍ଦେଶ ଦେଇଥିଲେ। କିନ୍ତୁ ଇସିଙ୍କ ଏହି ନିର୍ଦ୍ଦେଶକୁ ବିରୋଧ କରି ଫିଲ୍ମ ନିର୍ମାତା ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି। ପ୍ରଧାନ ବିଚାରପତି ରଂଜନ ଗୋଗଇଙ୍କ ଖଣ୍ଡପୀଠ ଆଜି ଏହି ଆବେଦନର ଶୁଣାଣି ପାଇଁ ରାଜି ହୋଇଛି। ଏପ୍ରିଲ ୧୫ରେ ମାମଲାର ଶୁଣାଣି ହେବ ବୋଲି ଖଣ୍ଡପୀଠ କହିଛନ୍ତି।

ସମ୍ବନ୍ଧିତ ଖବର