ନୂଆଦିଲ୍ଲୀ: ହରିୟାଣାର ପୂର୍ବ ମୁଖ୍ୟମନ୍ତ୍ରୀ ଭୁପିନ୍ଦର ସିଂହ ହୁଦାଙ୍କ ବିରୋଧରେ ଜମି ଅଧିଗ୍ରହଣ ଦୁର୍ନୀତି ମାମଲା ନେଇ ସିବିଆଇ ଚାର୍ଜସିଟ୍ ଦାଖଲ କରିବା ପରେ କଂଗ୍ରେସ ମୋଦି ସରକାରଙ୍କ ବିରୋଧରେ ଆଜି ବିଷୋଦ୍ଗାର କରିିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ପ୍ରତିଶୋଧର ଭାବନା ନେଇ କାମ କରୁଛି ଏବଂ ପ୍ରତିଶୋଧର ନିଆଁରେ ମୋଦି ଅନ୍ଧ ହୋଇଯାଇଛନ୍ତି ବୋଲି କଂଗ୍ରେସର ଜାତୀୟ ପ୍ରବକ୍ତା ରଣଦୀପ ସୁର୍ଯେଓ୍ଵାଲା କହିଛନ୍ତି। ଦେଶବ୍ୟାପୀ କଂଗ୍ରେସ ନେତାଙ୍କୁ ମୋଦି ସରକାର ଟାର୍ଗେଟ କରିଛି ବୋଲି ଅଭିଯୋଗ କରି ସୁର୍ଯେଓ୍ଵାଲା କହିଛନ୍ତି ଯେ ରାଜସ୍ଥାନରେ ଅଶୋକ ଗେହଲଟ, ସଚିନ ପାଇଲଟ, ହିମାଚଳ ପ୍ରଦେଶରେ ବୀରଭଦ୍ର ସିଂହ, ତାମିଲନାଡ଼ୁରେ ପି. ଚିଦମ୍ବରମ ଏବଂ ତାଙ୍କ ପୁଅ, ମହାରାଷ୍ଟ୍ରରେ ଅଶୋକ ଚୌହାନ, ଦିଲ୍ଲୀରେ ଶିଲା ଦିକ୍ଷିତ ଏବଂ ଉତ୍ତରାଖଣ୍ଡରେ ହରିଶ ରାଓ୍ଵତଙ୍କ ବିରୋଧରେ ମିଥ୍ୟା ମାମଲା ରୁଜୁ କରାଯାଇଛି। ମାନେସର ଜମି ଦୁର୍ନୀତି ମାମଲାରେ ହରିଆନାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପିନ୍ଦର ସିଂହ ହୁଦା ଏବଂ ଅନ୍ୟ ୩୪ ଜଣଙ୍କ ବିରୋଧରେ ଗତକାଲି ସିବିଆଇ ଚାର୍ଜସିଟ୍ ଦାଖଲ କରିଥିବାରୁ କଂଗ୍ରେସ ଏହି ମାମଲାକୁ ଗମ୍ଭୀରତାର ସହ ନେଇଛି ଏବଂ ଏହା କେନ୍ଦ୍ର ସରକାରଙ୍କ ଷଡ଼ଯନ୍ତ୍ରର ଅଂଶବିଶେଷ ବୋଲି କହିଛି। ଜମି ଅଧିଗ୍ରହଣ ମାମଲାରେ ପୂର୍ବ ମୁଖ୍ୟମନ୍ତ୍ରୀ ହୁଦାଙ୍କ ସମେତ ତତ୍କାଳୀନ ପ୍ରମୁଖ ସଚିବ ମୁରାରି ଲାଲ୍ ତୟାଲ, ଅନ୍ୟତମ ବରିଷ୍ଠ ଅଧିକାରୀ ଛତ୍ତାର ସିଂହ, ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ଏସ୍ଏସ୍ ଧିଲୋଁଙ୍କ ବିରୋଧରେ ମଧ୍ୟ ଚାର୍ଜସିଟ୍ ହୋଇଛି। ଗୁରୁଗ୍ରାମ୍ର ମାନେସର, ନୌରଙ୍ଗପୁର ଏବଂ ଲାଖନୌଲା ଗ୍ରାମରେ ଏକ ମଡେଲ ଇଣ୍ଡଷ୍ଟ୍ରିଆଲ ଟାଉନ୍ସିପ୍ ନିର୍ମାଣ ପାଇଁ ପାଖାପାଖି ୯୧୨ ଏକର ଜମି ଅଧିଗ୍ରହଣ ପାଇଁ ହରିଆନା ସରକାର ବିଜ୍ଞପ୍ତି ଜାରି କରିଥିଲେ। ୨୦୦୪ ଅଗଷ୍ଟ ୨୭ରୁ ୨୦୦୭ ଅଗଷ୍ଟ ୨୪ ମଧ୍ୟରେ ଜମି ଅଧିଗ୍ରହଣ ଭୟ ଦେଖାଇ କିଛି ନିର୍ଦ୍ଦିଷ୍ଟ ଘରୋଇ ବିଲ୍ଡର ସରକାରୀ କର୍ମଚାରୀଙ୍କ ସହଯୋଗରେ ମାନେସର କୃଷକମାନଙ୍କ ଠାରୁ ୪୦୦ ଏକର ଜମିକୁ ୧୦୦ କୋଟି ଟଙ୍କାରେ କିଣିନେଇଥିଲେ। ଏହାଦ୍ୱାରା ମାନେସର କୃଷକମାନଙ୍କର ପାଖାପାଖି ୧୫୦୦ କୋଟି ଟଙ୍କା କ୍ଷତି ହୋଇଛି ବୋଲି ସିବିଆଇ ଏଫଆଇଆର୍ରେ ଦର୍ଶାଯାଇଛି। ଏହିି ଦୁର୍ନୀତି ମାମଲାକୁ ୨୦୧୫ ମସିହାରେ ସିବିଆଇ ହାତକୁ ନେଇ ଗତବର୍ଷ ମେ’ ମାସରେ ହୁଦାଙ୍କୁ ଜେରା କରିଥିଲା।
ପ୍ରତିଶୋଧ ନିଆଁରେ ମୋଦି ଅନ୍ଧ
ଦଳୀୟ ନେତାଙ୍କ ବିରୋଧରେ ଦୁର୍ନୀତି ମାମଲା ନେଇ ଗର୍ଜିଲା କଂଗ୍ରେସ
/sambad/media/post_attachments/wp-content/uploads/2018/02/Randeep-Surjewala-620x400.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)