ବାଜପେୟୀଙ୍କ ରେକର୍ଡ ଭାଙ୍ଗିଲେ ମୋଦୀ, ଅଣକଂଗ୍ରେସ କଂଗ୍ରେସ ପ୍ରଧାନମନ୍ତ୍ରୀ ଭାବେ ସବୁଠୁ ଅଧିକ ଦିନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଆଉ ଏକ ରେକର୍ଡ କରିଛନ୍ତି। ଦେଶର ପ୍ରଥମ ଅଣକଂଗ୍ରେସ ପ୍ରଧାନମନ୍ତ୍ରୀ ଭାବେ ସର୍ବାଧିକ ଦିନ ଶାସନ କରିବାର ସୁଯୋଗ ‌୬୭ ବର୍ଷୀୟ ମୋଦୀ ହାସଲ କରିଛନ୍ତି। ପୂର୍ବରୁ ଅଟଳ ବିହାରୀ ବାଜପେୟୀ ଅଣକଂଗ୍ରେସ ପ୍ରଧାନମନ୍ତ୍ରୀ ଭାବେ ସର୍ବାଧିକ ୨୨୬୮ ଦିନ ଶାସନ କରିବାର ସୋଭାଗ୍ୟ ହାସଲ କରିଥିଲେ। ମୋଦୀ ଆଜି ସେହି ରେକର୍ଡକୁ ଭାଙ୍ଗିଛନ୍ତି ବୋଲି ବିଜେପିର ଆଇଟି ଶାଖା ପକ୍ଷରୁ ଟ୍ବିଟ୍ କରି ସୂଚନା ଦିଆଯାଇଛି। ଦେଶରେ ସର୍ବାଧିକ ଦିନ ଶାସନ କରିଥିବା ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ମୋଦୀ ଚତୁର୍ଥ ସ୍ଥାନରେ ରହିଛନ୍ତି। ଜବାହରଲାଲ ନେହରୁ ସର୍ବାଧିକ ୧୬ ବର୍ଷ ୨୮୬ ଦିନ ପ୍ରଧାନମନ୍ତ୍ରୀ ଚୌକିରେ ବସିଥିବାବେଳେ ତାଙ୍କ ଝିଅ ତଥା ଇନ୍ଦିରା ଗାନ୍ଧି ଏ କ୍ଷେତ୍ରରେ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ଇନ୍ଦିରା ପ୍ରଧାନମନ୍ତ୍ରୀଭାବେ ୧୧ ବର୍ଷ ୫୯ ଦିନ କାର୍ଯ୍ୟ କରିଥିଲେ। ଇନ୍ଦିରାଙ୍କ ପଛକୁ ତୃତୀୟ ସ୍ଥାନରେ ମନମୋହନ ସିଂହ ରହିଛନ୍ତି। ମନମୋହନ ପ୍ରଧାନମନ୍ତ୍ରୀ ପଦରେ ୧୦ ବର୍ଷ ୪ ଦିନ କାର୍ଯ୍ୟ କରିଛନ୍ତି।

ସମ୍ବନ୍ଧିତ ଖବର