କ୍ୟାବିନେଟ୍‌ ଅନୁମୋଦନ ପରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କୁଇଣ୍ଟାଲ୍‌ ପିଛା ୨୦୦ ଟଙ୍କା ବଢ଼ିଲା

ନୂଆଦିଲ୍ଲୀ: ବୁଧବାର  କେନ୍ଦ୍ର ସରକାର କ୍ୟାବିନେଟ୍‌ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୦୦ ଟଙ୍କା ବୃଦ୍ଧିକୁ ଅନୁମୋଦନ କରିଛନ୍ତି। ଏହି ହାରରେ ସାଧାରଣ ପ୍ରକାର ଧାନର ସାମ୍ପ୍ରତିକ ମୂଲ୍ୟ କୁଇଣ୍ଟାଲ୍‌ ପିଛା ଟ ୧, ୫୫୦/- ରୁ ବୃଦ୍ଧି ପାଇ ଟ.୧, ୭୫୦/- କରାଯାଇଛି।

ନିକଟରେ ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ ଆଦି ରାଜ୍ୟରେ ବିଧାନସଭା ନିର୍ବାଚନ ପୂର୍ବରୁ ଏବଂ ୨୦୧୯ ଲୋକସଭା ନିର୍ବାଚନ ପରିପ୍ରେକ୍ଷୀରେ ନରେନ୍ଦ୍ର ମୋଦି ନେତୃତ୍ୱାଧୀନ ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି।

ଦେଶର ଚାଷୀମାନଙ୍କୁ ଶସ୍ୟ ଉପରେ ୫୦% ଲାଭ .ଦେଇ ନିଜକୁ ଚାଷୀ-ସପକ୍ଷବାଦୀ ଦଳ ଭାବେ ନିଜକୁ ଉପସ୍ଥାପିତ କରିବାକୁ ଭାରତୀୟ ଜନତା ପାର୍ଟି ଉଦ୍ୟମ କରିଛି । ଅନ୍ୟ ପକ୍ଷରେ ଏହା ଗୋଟିଏ ବର୍ଷରେ ଧାନର  ସର୍ବନିମ୍ନ ସହାୟକ ମୂଲ୍ୟରେ ସର୍ବାଧିକ ବୃଦ୍ଧି।

ବିଜେପିର ଏହି ଦୀର୍ଘ ଦିନର ପ୍ରତିଶ୍ରୁତିକୁ ଚୂଡ଼ାନ୍ତ ରୂପ ଦେବାକୁ ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୃଷିମନ୍ତ୍ରୀ ରାଧାମୋହନ ସିଂହ ଏବଂ ନୀତି ଆୟୋଗର ଅଧିକାରୀମାନଙ୍କୁ ଭେଟିଥିଲେ। ଦେଶର ବିଶାଳ ଚାଷୀ ସମ୍ପ୍ରଦାୟଙ୍କ ମଧ୍ୟରେ ଏହା ଦଳର ସ୍ଥିତିକୁ ସୁଧାରିବ ବୋଲି ବିଜେପି ଆଶା କରିଛି।

ମଙ୍ଗଳବାର ସନ୍ଧ୍ୟାରେ ବୈଠକ ବସି  ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଓ ଅନ୍ୟ କେତେକ ଖରିଫ ଫସଲ ମୂଲ୍ୟ ବୃଦ୍ଧିର ଚୂଡ଼ାନ୍ତ ରୂପରେଖ ଦେଇଥିଲେ ବି ଆଜି କ୍ୟାବିନେଟ୍‌ ତାହାକୁ ମଞ୍ଜୁର କରିଛନ୍ତି।

ସମ୍ବନ୍ଧିତ ଖବର