ମୋଦୀ ମନ୍ତ୍ରିମଣ୍ଡଳର ଅଦଳବଦଳ ସେପ୍ଟେମ୍ବରରେ! ଫଡନାଭିସ୍‌ ସାମିଲ ହୋଇପାରନ୍ତି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଗାମୀ ସେପ୍‌ଟେମ୍ବରରେ କ୍ୟାବିନେଟ୍‌ ଅଦଳବଦଳ କରିପାରନ୍ତି ଏବଂ ଏଥିପରେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କୁ ସାମିଲ କରାଯିବାକୁ ଯୋଜନା ହେଉଛି ବୋଲି ରେଡିଫ୍‌.କମ୍‌ରେ ଏକ ପ୍ରବନ୍ଧ ପ୍ରକାଶ ପାଇଛି। ଏଥିରେ କୁହାଯାଇଛି- ଆର୍‌ଏସ୍‌ଏସ୍‌ କ୍ୟାବିନେଟ୍‌ରେ ୩ ଜଣଙ୍କୁ ସାମିଲ କରାଯିବା ପାଇଁ ଚାହୁଛି। ସେମାନେ ହେଲେ ବେଙ୍ଗାଲୁରୁ ଦକ୍ଷିଣ ସାଂସଦ ତେଜସ୍ବୀ ସୂର୍ଯ୍ୟ, ରାଜ୍ୟସଭା ସାଂସଦ ବିନୟ ଶହସ୍ରବୁଦ୍ଧି ଏବଂ ପୂର୍ବ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ। ପ୍ରଧାନମନ୍ତ୍ରୀ ତାଙ୍କ ମନ୍ତ୍ରିମଣ୍ଡଳରୁ କେତେକ ପୁରୁଣା ମୁହଁକୁ ବାଦ୍‌ ଦେଇ ଏହି ନୂଆ ମୁହଁମାନଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରିବାକୁ ଯୋଜନା କରୁଛନ୍ତି।

ମନ୍ତ୍ରିମଣ୍ଡଳ ଅଦଳବଦଳକୁ ନେଇ ଚୂଡ଼ାନ୍ତ ରୂପରେଖ ଗୃହମନ୍ତ୍ରୀ ଅମିତ ଶାହ ପ୍ରସ୍ତୁତ କରିବେ। ଏନ୍‌ଡିଏର ନୂଆ ଅଂଶୀଦାର ଦଳମାନଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ସରକାରରେ ସାମିଲ କରିବାକୁ ଚାହୁଛନ୍ତି। ଲୋକ ଜନଶକ୍ତି ପାର୍ଟି ନେତା ଚିରାଗ ପାଶ୍ବାନ, ଏଆଇଏଡିଏମ୍‌କେରୁ ମୁଖ୍ୟମନ୍ତ୍ରୀ ଓ ପନିରସେଲ୍‌ଭମଙ୍କ ପୁଅ ତଥା ଲୋକସଭା ସାଂସଦ ପି. ରବିନ୍ଦ୍ରନାଥ ଏବଂ ଜେଡିୟୁର ଜଣେ ସଦସ୍ୟଙ୍କୁ ମନ୍ତ୍ରିମଣ୍ଡଳରେ ନେବାକୁ ମଧ୍ୟ ଯୋଜନା ହେଉଛି। ବିଜୁ ଜନତା ଦଳକୁ ଲୋକସଭାରେ ଉପବାଚସ୍ପତି ପଦ ମିଳିପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର