ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକସଭା ନିର୍ବାଚନରେ ଐତିହାସିକ ବିଜୟ ସହ ପୁଣି କ୍ଷମତାକୁ ଫେରିଥିବା ବେଳେ ଆସନ୍ତାକାଲି ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ବିଜେପି ୩୦୩ ଆସନ ସହିତ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିଥିବା ସତ୍ତ୍ବେ ସହଯୋଗୀ ଦଳମାନଙ୍କୁ ଯଥୋଚିତ ଗୁରୁତ୍ବ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ସଙ୍କେତ ଦେଇଛନ୍ତି। ମୋଦୀଙ୍କ କ୍ୟାବିନେଟ୍ରେ ଜେଡିୟୁରୁ ୨ ଜଣ ଏବଂ ଶିବସେନାରୁ ୨ ଜଣଙ୍କୁ ମନ୍ତ୍ରୀ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ଏଥର ଶିବସେନାରୁ ୧୮ ଏବଂ ଜେଡିୟୁରୁ ୧୬ ଜଣ ସାଂସଦ ନିର୍ବାଚିତ ହୋଇଛନ୍ତି। ଅପନା ଦଳରୁ ଜଣେ ଏବଂ ଅକାଳି ଦଳରୁ ଜଣେ ମନ୍ତ୍ରୀ ହେବେ ବୋଲି ସ୍ଥିର ରହିଛି । ଆଜି ବିଜେପି ଅଧ୍ୟକ୍ଷ ଅମିତ ଶାହ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସହ ଆଲୋଚନା କରି ମୋଦୀ କ୍ୟାବିନେଟ୍ ଫର୍ମୁଲା ସଂପର୍କରେ ଆଲୋଚନା କରିଛନ୍ତି। ଏଥର ଅକାଳି ଦଳର ୨ ଜଣ ସାଂସଦ ନିର୍ବାଚିତ ହୋଇଛନ୍ତି। ଉତ୍ତର ପ୍ରଦେଶରେ ବିଜେପିର ସହଯୋଗୀ ଅପନା ଦଳର ନେତ୍ରୀ ଅନୁପ୍ରିୟା ପଟେଲଙ୍କୁ ମନ୍ତ୍ରୀ ପଦ ମିଳିବ। ଲୋକ ଜନଶକ୍ତି ପାର୍ଟିର ୬ ଜଣ ଲୋକସଭାକୁ ନିର୍ବାଚିତ ହୋଇଥିବା ବେଳେ ଦଳରୁ ରାମବିଳାସ ପାଶ୍ବାନ ମନ୍ତ୍ରୀ ହେବେ।
ମୋଦୀ କ୍ୟାବିନେଟ୍ ଫର୍ମୁଲା: ଜେଡିୟୁ-ଶିବସେନାକୁ ୨ଟି ଲେଖାଏଁ ମନ୍ତ୍ରୀ ପଦ
ଅପନା ଦଲରୁ ୧, ଅକାଳି ଦଳରୁ ୧ ମନ୍ତ୍ରୀ
/sambad/media/post_attachments/wp-content/uploads/2019/05/nitish-udhav.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)