ସମ୍ପ୍ରସାରଣ ହୋଇପାରେ ମୋଦୀ କ୍ୟାବିନେଟ୍

ନୂଆଦିଲ୍ଲୀ : ଆସନ୍ତା ୧୮ ତାରିଖ ପୂର୍ବରୁ ମୋଦୀ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ହୋଇପାରେ। ବିଜେପିର ସହଯୋଗୀ ଦଳ ଜେଡିୟୁ ଏବଂ ଶିବସେନା ପକ୍ଷରୁ ମନ୍ତ୍ରିମଣ୍ଡଳରେ ଅଧିକ ସଦସ୍ୟଙ୍କୁ ସାମିଲ କରିବା ପାଇଁ ଦାବି କରାଯାଉଥିବାରୁ ଏଭଳି କଳ୍ପନାଜଳ୍ପନା ପ୍ରକାଶ ପାଇଛି। ଗତ ମେ ୩୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଏକ ୫୭ ଜଣିଆ ମନ୍ତ୍ରିମଣ୍ଡଳ ଗଠନ ହୋଇଥିଲା। ମୋଦୀଙ୍କ ଦ୍ବିତୀୟ ସରକାରରେ ଯେଉଁ ମନ୍ତ୍ରୀମାନଙ୍କୁ ବାଦ୍ ଦିଆଯାଇଥିଲା ସେମାନଙ୍କୁ ସମ୍ପ୍ରସାରଣରେ ସାମିଲ କରାଯାଇପାରେ। ସେହିଭଳି ଏକାଧିକ ବିଭାଗ ଥିବା ମନ୍ତ୍ରୀମାନଙ୍କ ହାତରୁ ବିଭାଗ କାଢ଼ି ନିଆଯାଇପାରେ।

ସମ୍ବନ୍ଧିତ ଖବର