ନୂଆଦିଲ୍ଲୀ: କରୋନା ମହାମାରୀ ସଙ୍କଟ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମନ୍ତ୍ରୀସ୍ତରୀୟ କ୍ୟାବିନେଟ ବୈଠକ କରିଛନ୍ତି | ଏହି ବୈଠକରେ ମୋଦୀ ଦେଶର କରୋନା ରୋଗୀଙ୍କ ପାଇଁ ଉପଲବ୍ଧ ହେଉଥିବା ଅମ୍ଳଜାନ ଓ ଔଷଧର ଉପଲବ୍ଧତା ବାବଦରେ ସମୀକ୍ଷା କରିଛନ୍ତି | ମୋଦୀ କହିଛନ୍ତି ଯେ ବର୍ତ୍ତମାନ ସମୟରେ ସ୍ଥିତିକୁ ମୁକାବିଲା କରିବା ପାଇଁ ସବୁ ମନ୍ତ୍ରାଳୟ ଏକଜୁଟ ହୋଇ କାମ କରୁଛନ୍ତି | ସେହିପରି କେନ୍ଦ୍ର ମନ୍ତ୍ରୀମାନଙ୍କୁ ମୋଦୀ କହିଛନ୍ତି ଯେ ସେମାନେ ନିଜ ଅଞ୍ଚଳର ଲୋକଙ୍କ ସହ ସମ୍ପର୍କ ରଖନ୍ତୁ | ସେମାନଙ୍କ ଅଞ୍ଚଳର ଲୋକଙ୍କୁ ସାହାଯ୍ୟ କରିବା ସହ ମତାମତ ନେବାକୁ ମୋଦୀ ପରାମର୍ଶ ଦେଇଛନ୍ତି |
ସେହିପରି ଆଜିର ମନ୍ତ୍ରୀ ପରିଷଦ ବୈଠକରେ ଗତ ୧୪ ମାସ ମଧ୍ୟରେ ଲୋକମାନଙ୍କ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପଗୁଡ଼ିକ ଉପରେ ସମୀକ୍ଷା କରାଯାଇଥିଲା । ଏହା ସହ ରାଜ୍ୟ ସରକାରଙ୍କୁ ଡାକ୍ତରଖାନା ଶଯ୍ୟା ବୃଦ୍ଧି, ଅମ୍ଳଜାନ ଉତ୍ପାଦନ ବଢାଇବା ଏବଂ ଏବଂ ଅତ୍ୟାବଶ୍ୟକ ଔଷଧର ଉପଲବ୍ଧତା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସାହାଯ୍ୟ ବାବଦରେ ଅବଗତ କରାଯାଇଥିଲା | ସୂଚନା ଥାଉ କି ଆଜିର ମନ୍ତ୍ରୀପରିଷଦ ବୈଠକ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ କରୋନା ସଙ୍କଟ ବାବଦରେ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ ।
/sambad/media/post_attachments/100a297b76f113c4d66d8764180dbbd83fd664ec741bfb2978cd4481c1eb6e81.gif)
ଏଥି ସହିତ ଫାର୍ମା କମ୍ପାନୀ, ଅମ୍ଳଜାନ ଯୋଗାଣକାରୀ କମ୍ପାନୀଙ୍କ ସହ ପରିସ୍ଥିତିର ମୁକାବିଲା ପାଇଁ ସେ ସମ୍ଭାବ୍ୟ ପଦକ୍ଷେପ ଉପରେ ମଧ୍ୟ ଆଲୋଚନା କରିଥିଲେ। ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଗୁରୁବାର ଦିନ ସେନା ମୁଖ୍ୟ ଜେନେରାଲ ଏମଏମ ନରୱାନେଙ୍କ ସହ କୋଭିଡ -୧୯ ପରିଚାଳନା ସମ୍ପର୍କରେ ଏକ ବୈଠକ କରିଥିଲେ। ଯେଉଁଥିରେ ସେନା ଦ୍ୱାରା ନିଆଯାଇଥିବା ପଦକ୍ଷେପ ଏବଂ ଅନ୍ୟାନ୍ୟ ପ୍ରସ୍ତୁତିର ସମୀକ୍ଷା କରିଥିଲେ |