ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନେଇ ସାରା ଦେଶରେ ଉଭୟ ଦୁଃଖ ଓ କ୍ରୋଧ ପ୍ରକାଶ ପାଇଛି । ଏହି ଘଟଣା ପରେ ସାଉଦୀ ଆରବ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିରାପତ୍ତା ସମ୍ପର୍କିତ କ୍ୟାବିନେଟ କମିଟି ବୈଠକ ଡକାଇଛନ୍ତି । ଆଗକୁ ସରକାର କେତେକ କଠୋର ପଦକ୍ଷେପ ନେଇପାରନ୍ତି ବୋଲି ଅନୁମାନ କରାଯାଉଛି ।

Advertisment

ସେପଟେ ଏହି ଆକ୍ରମଣ ପରେ ଦିଲ୍ଲୀ, ମୁମ୍ବାଇ ସମେତ ଦେଶର ବଡ଼ ବଡ଼ ସହରରେ ହାଇଆଲର୍ଟ ଜାରି କରାଯାଇଛି । ଦିଲ୍ଲୀର ପର୍ଯ୍ୟଟନ ସ୍ଥଳ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକ ଉପରେ କଡ଼ା ନଜର ରଖିବାକୁ ଦିଲ୍ଲୀ ପୁଲିସକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଗୃହମନ୍ତ୍ରୀ ଅମିତ ଶାହା ନିଜେ କଶ୍ମୀରରେ ପହଞ୍ଚି ସ୍ଥିତିର ସମୀକ୍ଷା କରିଛନ୍ତି ।

ନିନ୍ଦା କଲେ ଆମେରିକୀୟ ଉପରାଷ୍ଟ୍ରପତି ଜେଡି ଭାନ୍ସ
ସେପଟେ ଭାରତ ଗସ୍ତରେ ଥିବା ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ ଏହି ଆତଙ୍କବାଦୀ ଘଟଣାକୁ ନିନ୍ଦା କରିଛନ୍ତି । ଏକ୍ସରେ ସେ ଲେଖିଛନ୍ତି “ ଉଷା ଓ ମୁଁ ଏହି ଆତଙ୍କବାଦୀ ଆକ୍ରମଣର ପୀଡିତମାନଙ୍କୁ ପ୍ରତି ସମବେଦନା ଜଣାଉଛୁ । ଗତ ଦୁଇ ଦିନ ହେଲା ଆମେ ଏହି ଦେଶର ସୌନ୍ଦର୍ଯ୍ୟ ଓ ଦେଶବାସୀଙ୍କ ସୌଜନ୍ୟତା ଦେଖୁଛୁ । ଭାରତବାସୀଙ୍କ ପ୍ରତି ଆମର ସମବେଦନା ଓ ପ୍ରାର୍ଥନା”