ନୂଆଦିଲ୍ଲୀ: ୨୦୧୯ ଲୋକସଭା ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାରାଥନ ପ୍ରଚାର ଅଭିଯାନ ଏବେ ଜାରି ରହିଛି। ତେବେ ୨୦୧୪ ଲୋକସଭା ନିର୍ବାଚନରେ ମୋଦୀ ଯେଉଁ ବିଶାଳ ପ୍ରଚାର ଅଭିଯାନ କରି ରେକର୍ଡ କରିଥିଲେ ଏଥର ପ୍ରଚାର ତାହାକୁ ଟପିଯିବ ବୋଲି ଜଣାପଡ଼ିଛି। ସେପ୍ଟେମ୍ବର ୨୦୧୩ରୁ ମେ ୧୦, ୨୦୧୪ ମଧ୍ୟରେ ମୋଦୀ ୪୨୫ଟି ରୢାଲି କରିଥିଲେ ଯାହାକି ନିର୍ବାଚନ ଇତିହାସରେ ଅଭୂତପୂର୍ବ ଥିଲା। ଏଥର ମାର୍ଚ୍ଚ ୨୮ରୁ ପ୍ରଚାର ମୋଦୀ ପ୍ରଚାର ଅଭିଯାନ ଆରମ୍ଭ କରିଥିଲେ ଏବଂ ତାହା ଏବେ ଜାରି ରହିଛି ଏବଂ ଲୋକସଭା ନିର୍ବାଚନର ଆହୁରି ୨ଟି ପର୍ଯ୍ୟାୟ ରହିଛି। ମୋଦୀଙ୍କ ପ୍ରଚାର ଅଭିଯାନ ମେ ୧୭ ତାରିଖ ଦିନ ସରିବ। ତେବେ ଏଥର କମ୍ ସମୟ ମଧ୍ୟରେ ମୋଦୀ ଏକ ନୂଆ ରେକର୍ଡ କରବାକୁ ଯାଉଛନ୍ତି। ୬୮ ବର୍ଷୀୟ ମୋଦୀ ଏବେ ପ୍ରତିଦିନ ଦୁଇଟି ରୢାଲି କରିବାକୁ ସକ୍ଷମ ହେଉଛନ୍ତି। ୨୦୧୯ ନିର୍ବାଚନ ପାଇଁ ମୋଦୀ ୧୦୭ଟି ରୢାଲିରେ ଉଦ୍ବୋଧନ ଦେଇସାରିଛନ୍ତି ଏବଂ ଏହା ଖୁବ୍ କମ୍ ଦିନ ମଧ୍ୟରେ ସଂପନ୍ନ ହୋଇଛି । ମେ ୧୨ ଏବଂ ମେ ୧୯ରେ ହେବାକୁ ଥିବା ନିର୍ବାଚନ ପାଇଁ ମୋଦୀ ଆହୁରି ୧୨ଟି ରୢାଲିରେ ଉଦ୍ବୋଧନ ଦେବେ ବୋଲି ଜଣାପଡ଼ିଛି। ୨୦୧୪ ନିର୍ବାଚନରେ ବିଜେପି ୫୪୩ ଆସନ ବିଶିଷ୍ଟ ଲୋକସଭାରେ ୨୮୨ ଆସନ ଦଖଲ କରିଥିଲା।
ଏଥର ମୋଦୀଙ୍କ ପ୍ରଚାର ୨୦୧୪କୁ ଟପିବ
/sambad/media/post_attachments/wp-content/uploads/2019/05/modi1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)