କିଭଳି ଅଛନ୍ତି ସୀମାରେ ଯବାନ, ହାତ ମିଳାଇ ଭଲମନ୍ଦ ବୁଝିଲେ ମୋଦୀ

ଜାମ୍ମୁ: ପ୍ରତିବର୍ଷ ଭଳି ଏଥର ବି ଜମ୍ମୁକାଶ୍ମୀରର ରାଜୌରିରେ ଯବାନଙ୍କ ସହିତ ଦୀପାବଳି ପାଳନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏଲଓସି ନିକଟରେ ମୋଦୀ ଯବାନଙ୍କ ସହ ଷଷ୍ଠ ଥର ଦୀପାବଳି ପାଳନ କରିଛନ୍ତି | ବଡ କଥା ଯେ ଜମ୍ମୁକାଶ୍ମୀରରୁ ଅନୁଛେଦ ୩୭୦ ହଟାଇବା ପରେ ମୋଦୀ ପ୍ରଥମ ଥର ଏଠାକୁ ଆସିଛନ୍ତି | ମୋଦୀ ଯବାନଙ୍କୁ ମିଠା ବାଣ୍ଟିବା ସହ ସେମାନଙ୍କ ଭଲ ମନ୍ଦ ବାବଦରେ ପଚାରିବୁଝିଛନ୍ତି |

photo-ani

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିଜ ମଧ୍ୟରେ ପାଇ ଯବାନମାନଙ୍କ ମଧ୍ୟରେ ଭିନ୍ନ ଉତ୍ସାହ ଦେଖିବାକୁ ମିଳିଥିଲା | ଏଠାରେ ମୋଦୀ ସହିଦ ସ୍ମାରକକୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ | ୨୦୧୮ ମସିହାରେ ମୋଦୀ ଭାରତ ଚୀନ ସୀମାରେ ମୁତୟନ ଥିବା ଆଇଟିଇବିପି ଯବାନଙ୍କ ସହ ଦୀପାବଳି ପାଳନ କରିଥିଲେ | ଘର ଠାରୁ ବାହାରେ ରହୁଥିବା ଯବାନ ବର୍ଷ ତମାମ ଦେଶର ସୁରକ୍ଷାରେ ନିୟୋଜିତ ରହିଥାନ୍ତି । ନିଜ ଜୀବନକୁ ବାଜି ଲଗାଇ ଦେଇଥାନ୍ତି ।

ପ୍ରତି ମୁହୂର୍ତରେ ସୀମାରେ ଆତଙ୍କବାଦୀଙ୍କ ସହିତ ମୁକାବିଲାର ସ୍ଥିତି ରହିଥାଏ । ଏପରି ସ୍ଥିତିରେ ଜବାନ କୌଣସି ପର୍ବପର୍ବାଣୀରେ ଘର ପରିବାରକୁ ସମୟ ଦେଇପାରିନଥାନ୍ତି । ତେଣୁ ଏଥର ଦୀପାବଳିକୁ ପ୍ରଧାନମନ୍ତ୍ରୀ ମୋଦି ଯବାନଙ୍କ ସହିତ ମିଶି ପାଳନ କରିବାକୁ ସୀମାକୁ ଗସ୍ତ କରିଥିଲେ ।

ସମ୍ବନ୍ଧିତ ଖବର