ମୁମ୍ବାଇ: ବିଜେପି ନେତା ଜୟ ଭଗୱାନ ଗୋଏଲ୍ଙ୍କ ଦ୍ବାରା ଲିଖିତ ପୁସ୍ତକ ‘ଆଜ୍ କେ ଶିବାଜୀ: ନରେନ୍ଦ୍ର ମୋଦୀ’କୁ ନେଇ ମହାରାଷ୍ଟ୍ରରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ତୁରନ୍ତ ଏହି ପୁସ୍ତକକୁ ନିଷିଦ୍ଧ ଘୋଷଣା କରିବା ସହ ପ୍ରତ୍ୟାହାର କରି ନେବାକୁ ଶିବସେନା ଦାବି କରିଛି। ଛତ୍ରପତି ଶିବାଜୀଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତୁଳନା କରିବା ‘ଅପମାନଜନକ’ ବୋଲି ଶିବସେନା ନେତା ସଞ୍ଜୟ ରାଉତ ପ୍ରକାଶ କରିଛନ୍ତି। ଏଭଳି ତୁଳନା ଆଦୌ ଗ୍ରହଣୀୟ ନୁହେଁ ବୋଲି ଶିବସେନା କହିଛି। ଏହି ପୁସ୍ତକ ଏବଂ ପୁସ୍ତକ ଲେଖକଙ୍କ ସହ ବିଜେପିର କୌଣସି ସମ୍ପର୍କ ନାହିଁ ବୋଲି ବିଜେପି ଘୋଷଣା କରୁ ବୋଲି ଶିବସେନା ଦାବି କରିଛି। ଶିବସେନା ସମେତ ଏନ୍ସିପି, କଂଗ୍ରେସ ମଧ୍ୟ ଏହି ପୁସ୍ତକକୁ ବିରୋଧ କରିଛି। ସେହିଭଳି ପୁସ୍ତକକୁ ନେଇ ପ୍ରତିକ୍ରିୟା ପ୍ରକାଶ କରି ଶିବସେନା ନେତା ଶ୍ରୀ ରାଉତ କହିଛନ୍ତି ଯେ, ଯଦିଓ ସେମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସମ୍ମାନ କରନ୍ତି, ମାତ୍ର ଶିବାଜୀଙ୍କ ସହ ତୁଳନା ଆଦୌ ଗ୍ରହଣୀୟ ନୁହେଁ। ପୁସ୍ତକକୁ ନେଇ ସମଗ୍ର ମହାରାଷ୍ଟ୍ରରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ବିଜେପି ନେତାଙ୍କ ଦ୍ବାରା ଲିଖିତ ଏ ପୁସ୍ତକକୁ ନେଇ ପୁନେରେ ଶିବସେନା ଓ ଏନ୍ସିପି କର୍ମୀମାନେ ବିରୋଧ ପ୍ରଦର୍ଶନ କରିଛନ୍ତି।
ଶିବାଜୀଙ୍କ ସହ ମୋଦୀଙ୍କୁ ତୁଳନା! ପୁସ୍ତକକୁ ନେଇ ମହାରାଷ୍ଟ୍ରରେ ବିରୋଧ
/sambad/media/post_attachments/wp-content/uploads/2020/01/images-2-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)