ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ ପ୍ରଖ୍ୟାତ ସଂଗୀତଜ୍ଞ ଇଲୟାରାଜାଙ୍କୁ ସମ୍ମାନଜନକ ଡକ୍ଟରେଟ୍ ଉପାଧି ପ୍ରଦାନ କରିଛନ୍ତି। ତାମିଲନାଡ଼ୁର ଦିନ୍ଦିଗୁଲ୍ରେ ଗାନ୍ଧୀଗ୍ରାମ ଗ୍ରାମୀଣ ଅନୁଷ୍ଠାନର ୩୬ତମ ସମାବର୍ତ୍ତନ ଉତ୍ସବରେ ମୋଦୀ ଆଜି ଇଲୟାରାଜାଙ୍କୁ ଏହି ଡକ୍ଟରେଟ୍ ପ୍ରଦାନ କରିଛନ୍ତି। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଏମ୍କେ ଷ୍ଟାଲିନ ଏବଂ ରାଜ୍ୟପାଳ ଆର୍ଏନ ରବି ମଧ୍ୟ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ, ଇଲୟାରାଜାଙ୍କୁ ନିକଟରେ ରାଜ୍ୟସଭାକୁ ମନୋନୀତ କରାଯାଇଥିଲା।
ପ୍ରଖ୍ୟାତ ସଂଗୀତଜ୍ଞ ଇଲୟାରାଜାଙ୍କୁ ଡକ୍ଟରେଟ୍ ପ୍ରଦାନ କଲେ ମୋଦୀ
/sambad/media/post_attachments/wp-content/uploads/2022/11/modi-dd.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)