ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାଇପ୍ରସ୍‌ର ସର୍ବୋଚ୍ଚ ବେସାମରିକ ସମ୍ମାନ ‘ଗ୍ରାଣ୍ଡ କ୍ରସ୍‌ ଅଫ ଦି ଅର୍ଡର ଅଫ୍‌ ମାକାରିଓସ୍‌-୩ ’ରେ ସମ୍ମାନିତ ହୋଇଛନ୍ତି। ମୋଦୀ ଏହି ପୁରସ୍କାର ଗ୍ରହଣ କରି ସାଇପ୍ରସ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ମୋଦୀ କହିଛନ୍ତି, ତାଙ୍କୁ ମିଳିଥିବା ସମ୍ମାନ ୧୪୦ କୋଟି ଭାରତୀୟଙ୍କର। ଏକ୍ସରେ ଏକ ପୋଷ୍ଟ୍‌ କରି ମୋଦୀ କହିଛନ୍ତି, ‘ସାଇପ୍ରସର ଗ୍ରାଣ୍ଡ୍‌ କ୍ରସ୍‌ ଅଫ ଦି ଅର୍ଡର ଅଫ୍‌ ମାକାରିଓସ୍‌-୩କୁ ମୁଁ ବିନମ୍ରତାର ସହ ଗ୍ରହଣ କରୁଛି ଏବଂ ଏହାକୁ ମୁଁ ଆମ ଦୁଇ ରାଷ୍ଟ୍ର ମଧ୍ୟରେ ଥିବା ବନ୍ଧୁତା ଉଦ୍ଦେଶ୍ୟରେ ସମର୍ପଣ କରୁଛି।

Advertisment

ଉଲ୍ଲେଖଯୋଗ୍ୟ ଯେ ମୋଦୀ ଏବେ ୩ ରାଷ୍ଟ୍ର ଗସ୍ତରେ ପ୍ରଥମ ପର୍ଯ୍ୟାୟରେ ସାଇପ୍ରସ ଯାଇଥିଲେ। ସାଇପ୍ରସ ଗସ୍ତ ଶେଷ କରି ‌ପ୍ରଧାନମନ୍ତ୍ରୀ ମୋଦୀ କାନାଡା ଅଭିମୁ‌େଖ ଯାତ୍ରା ଆରମ୍ଭ କରିଛନ୍ତି। ‌କାନାଡାରେ ହେବାକୁ ଥିବା ଜି-୨୦ ବୈଠକରେ ‌ଯୋଗଦେବାପରେ କ୍ରୋଏସିଆକୁ ଯିବେ। ଉଲ୍ଲେଖଯୋଗ୍ୟ ‌ଯେ ଅପରେସନ୍‌ ସିନ୍ଦୂର ପରେ ମୋଦୀଙ୍କର ଏହା ପ୍ରଥମ ବିଦେଶ ଗସ୍ତ। ତେବେ ମୋଦୀ ଆଜି ‌ସାଇପ୍ରସ ଗସ୍ତ ଅବସରରେ ନିକୋସିଆର ଐତିହାସିକ କେନ୍ଦ୍ରକୁ ଯାଇ  ତୁର୍କୀକୁ କଡ଼ା ବାର୍ତ୍ତା ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ୧୯୭୪ ମସିହାରୁ ତୁର୍କୀ ସାଇପ୍ରସର ଏକ ବଡ଼ ଅଞ୍ଚଳକୁ ମାଡ଼ି ବସିବା ପରଠାରୁ ଦୁଇ ଦେଶ ମଧ୍ୟରେ ସଂପର୍କ ଭଲ ନାହିଁ।