ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଟୁଇଟ କରି ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ, ଏଭଳି ଉତ୍ତର ରଖିଲେ କେଜ୍ରିୱାଲ

ନୂଆଦିଲ୍ଲୀ: ରବିବାର ସଂଧ୍ୟାରେ ତୃତୀୟ ଥର ଲାଗି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଦ୍ବାୟିତ୍ବ ନେବାପରେ ଅରବିନ୍ଦ କେଜ୍ରିୱାଲଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେ ଟୁଇଟ କରି ଲେଖିଛନ୍ତି ଆଜି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ଅରବିନ୍ଦ କେଜ୍ରିୱାଲଙ୍କୁୁ ଅଭିନନ୍ଦନ ଜଣାଉଛି । ଏକ ଫଳପ୍ରସୂ କାର୍ଯ୍ୟକାଳ ଲାଗି ତାଙ୍କୁ ଶୁଭେଚ୍ଛା ଜଣାଉଛି । ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା ବାର୍ତ୍ତାର ଉତ୍ତର ଦେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି  ଆପଣ ଆଜି ଅ‌ାସିବେ ବୋଲି ମୁଁଁ ଆଶା କରୁଥିଲି । କିନ୍ତୁ ବ୍ୟସ୍ତତା ହେତୁ ଆସିପାରିଲେ ନାହିଁ । ଦିଲ୍ଲୀକୁ ସବୁ ଭାରତୀୟଙ୍କ ପାଇଁ ଏକ ଗୌରବମୟ ନଗରୀରେ ପରିଣତ କରିବାକୁ ଆମେ ଦୁହେଁ ଏକାଠି କାମ କରିବା ଦରକାର ।

ଉଲ୍ଲେଖଯୋଗ୍ୟ କି ଶପଥ ଗ୍ରହଣ କରିବା ପରେ ଅରବିନ୍ଦ କେଜ୍ରିୱାଲ ନିଜର ଅଭିଭାଷଣରେ ଦିଲ୍ଲୀବାସୀଙ୍କ ମଙ୍ଗଳ ଲାଗି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆର୍ଶୀବାଦ କାମନା କରିଥିଲେ ।

ସମ୍ବନ୍ଧିତ ଖବର