ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସାକୁ ମୋଦିଙ୍କ ନିନ୍ଦା

ନୂଆଦିଲ୍ଲୀ : କର୍ଣ୍ଣାଟକ ନିର୍ବାଚନରେ ବିଜେପି ଏକକ ସଂଖ୍ୟାଗରିଷ୍ଠତା ହାସଲ ପରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବିଜେପି ଆଜି କେବଳ ହିନ୍ଦୀଭାଷୀ ରାଜ୍ୟର ଦଳ କହିବା ଠିକ ହେବ ନାହିଁ । ବିଜେପିର ମୁଖ୍ୟକାର୍ଯ୍ୟାଳୟରେ ଦଳୀୟ କର୍ମୀମାନଙ୍କୁ ସମ୍ବୋଧିତ କରି ସେ କହିଛନ୍ତି ଯେ ବିବିଧତାପୂର୍ଣ୍ଣ ଭାରତର ସବୁରାଜ୍ୟରେ ଏହା ନିଜର  ଉପସ୍ଥିତି ଜାହିର କରିପାରିଛି । ସେ ମଧ୍ୟ ପଶ୍ଚିମ-ବଙ୍ଗ ପଞ୍ଚାୟତ ନିର୍ବାଚନରେ  ହୋଇଥିବା ହିଂସା କୁ ନିନ୍ଦା କରିବା ସହ ଏହା ଗଣତନ୍ତ୍ର ପାଇଁ ଏକ ଦୂର୍ଭାଗ୍ୟଜନକ ଘଟଣା । ଅନ୍ୟପକ୍ଷରେ  ଆଜି ବାରାଣାସୀରେ ହୋଇଥିବା ଫ୍ଲାଇ ଓଭର ଭାଙ୍ଗିବା ଘଟଣାକୁ ନେଇ ସେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଏହି ଅବସରରେ ବିଜେପି ଅଧ୍ୟକ୍ଷ ଅମିତ ଶାହ କହିଛନ୍ତି ଯେ ବିଜେପି ଏହା ପୂର୍ବରୁ ୧୪ଟି ନିର୍ବାଚନ ଜିତି ସାରିଛି । ଏହା ହେଉଛି ୧୫ ତମ ନିର୍ବାଚନ । ସେ କହିଛନ୍ତି ଯେ କର୍ଣ୍ଣାଟକର ଲୋକମାନେ ନରେନ୍ଦ୍ର ମୋଦିଙ୍କ ଦୁର୍ନୀତିମୁକ୍ତ ସରକାରକୁ ପସନ୍ଦ କରିଛନ୍ତି ଓ କଂଗ୍ରେସର ବଂଶବାଦୀ ରାଜନୀତିକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ଏହି ନିର୍ବାଚନରେ କଂଗ୍ରେସ ଅର୍ଥ ଓ ବାହୁବଳର ପ୍ରୟୋଗ କରିଥିଲେ ମଧ୍ୟ ସଫଳ ହୋଇପାରିନାହିଁ । କର୍ଣ୍ଣାଟକରେ ବିଜେପି ସରକାର ଗଢିବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

ସମ୍ବନ୍ଧିତ ଖବର