ଏକନାଥ, ଦେବେନ୍ଦ୍ରଙ୍କୁ ଅଭିନନ୍ଦନ ଜଣାଇଲେ ମୋଦୀ, ଶାହା

ନୂଆଦିଲ୍ଲୀ : ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

ଏକ ଟୁଇଟ କରି ମୋଦୀ ଲେଖିଛନ୍ତି ଯେ ଏକନାଥ ସିନ୍ଦେ ଜଣେ ତୃଣମୂଳ ସ୍ତରର କର୍ମୀ ଓ ତାଙ୍କର ଅନେକ ବର୍ଷର ରାଜନୈତିକ ଓ ପ୍ରଶାସନିକ ଅଭିଜ୍ଞତା ରହିଛି । ମୁଁ ନିଶ୍ଚିତ ଯେ ସେ ମହାରାଷ୍ଟ୍ରକୁ ଏକ ନୂଆ ଉଚ୍ଚତାକୁ ନେବାରେ ସହାୟକ ହେବେ ।

ସେହିପରି ଆଉ ଏକ ଟୁଇଟରେ ମୋଦୀ ଲେଖିଛନ୍ତି ଯେ ପ୍ରତିଟି ବିଜେପି କର୍ମୀ ପାଇଁ ଦେବେନ୍ଦ୍ର ଜଣେ ଆଦର୍ଶ ନେତା । ତାଙ୍କର ଅଭିଜ୍ଞତା ଓ ଦକ୍ଷତା ମହାରାଷ୍ଟ୍ର ସରକାରଙ୍କ ପାଇଁ ଉପଯୋଗୀ ହେବ। ସେ ମହାରାଷ୍ଟ୍ରର ଅଭିବୃଦ୍ଧିରେ ସହାୟକ ହେବେ ବୋଲି ମୋର ବିଶ୍ବାସ ।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସେହିପରି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ
ଆଦିତ୍ୟନାଥ ମଧ୍ୟ ସିନ୍ଦେ ଓ ଫଡନବୀସଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ସୂଚନାଯୋଗ୍ୟ ଯେ, ଆଜି ସଂଧ୍ୟାରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ଏକନାଥ ସିନ୍ଦେ । ସେହିପରି ବିଜେପି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ ମହାରାଷ୍ଟ୍ରର ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ।

 

 

ସମ୍ବନ୍ଧିତ ଖବର