ଅହମଦାବାଦ୍ : ଲୋକସଭା ନିର୍ବାଚନରେ ବିଜେପିର ଐତିହାସିକ ବିଜୟକୁ ସୁରଟ୍ରେ ଲୋକେ ନିଆରା ଢଙ୍ଗରେ ପାଳନ କରୁଛନ୍ତି। ଏକ ଆଇସ୍କ୍ରିମ୍ ପାର୍ଲରରେ ମୋଦୀଙ୍କ ନାଁରେ ଏକ ଆଇସକ୍ରିମ୍ ବିକ୍ରି ହେଉଛି। ଏହି ଆଇସକ୍ରିମ୍ର ନାଁ ‘ମୋଦୀ ସୀତାଫଳ କୁଲ୍ଫି’। ମୋଦୀଙ୍କ ମୁହଁର ଛବି ଥିବା ଏହି ଆଇସକ୍ରିମ୍ ଖାଇବାପାଇଁ ଲୋକଙ୍କ ମଧ୍ୟରେ ବେଶ୍ ଆଗ୍ରହ ଦେଖା ଦେଇଛି। ଆଇସକ୍ରିମ୍ ପାର୍ଲର୍ର ମାଲିକ ବିବେକ ଅଜମେରା କହନ୍ତି ୨୦୦ଟି ସ୍ବତନ୍ତ୍ର ଆଇସକ୍ରିମ୍ ପ୍ରସ୍ତୁତ କରିବାପାଇଁ କର୍ମୀମାନଙ୍କୁ ୨୪ ଘଣ୍ଟା ସମୟ ଲାଗୁଛି। ମୋଦୀଙ୍କ ଶପଥ ଗ୍ରହଣ ଉତ୍ସବ ହେବା ପର୍ଯ୍ୟନ୍ତ ପାର୍ଲରରେ ଏହି ଆଇସକ୍ରିମ୍ ଉପଲବ୍ଧ ହେବ। ‘ମୋଦୀ ସୀତାଫଳ କୁଲ୍ଫି’ ୫୦ ପ୍ରତିଶତ ରିହାତିରେ ବିକ୍ରି ହେଉଛି ଏବଂ ଏଥିପାଇଁ ୧୦୦ ପ୍ରତିଶତ ପ୍ରାକୃତିକ ସାମଗ୍ରୀ ବ୍ୟବହାର ହେଉଛି ବୋଲି ସେ କହିଛନ୍ତି।
‘ମୋଦୀ ସୀତାଫଳ କୁଲ୍ଫି’
/sambad/media/post_attachments/wp-content/uploads/2019/05/modi-culfi.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)