ରାତ୍ରଭୋଜନରେ ପୁଟିନ୍‌ଙ୍କୁ ଆପ୍ୟାୟିତ କଲେ ମୋଦୀ

ନୂଆଦିଲ୍ଲୀ: ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଆଜି ସନ୍ଧ୍ୟାରେ ଭାରତରେ ପହଞ୍ଚିବା ପରେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜ ତାଙ୍କୁ ସ୍ବାଗତ କରିଥିଲେ। ଏହାପରେ ପୁଟିନ୍ ସିଧା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକ କଲ୍ୟାଣ ମାର୍ଗ ସ୍ଥିତ ସରକାରୀ ବାସଭବନକୁ ଯାଇଥିଲେ। ସେଠାରେ ମୋଦୀ ତାଙ୍କୁ ଆଲିଙ୍ଗନ କରି ସ୍ବାଗତ ଜଣାଇଥିଲେ। ଏହାପରେ ଉଭୟ କିଛି ସମୟ କଥା ହେବା ପରେ ରାତ୍ର‌େଭାଜନ କରିଥିଲେ। ଏହି ଅବସରରେ ଉଭୟ ଭାରତ ଓ ରୁଷ ମଧ୍ୟରେ ଦ୍ବିପାକ୍ଷିକ ସମନ୍ବୟ ଏବଂ ରଣନୀତିକ ପ୍ରସଙ୍ଗ ଉପ‌େର ଆଲୋଚନା କରିଥିଲେ। ଆସନ୍ତାକାଲି ସକାଳେ ଅନୁଷ୍ଠିତ ହେବାକୁ ଥିବା ଭାରତ-ରୁଷ ଦ୍ବିପାକ୍ଷିକ ସମ୍ମିଳନୀରେ ଉଭୟ ଉପସ୍ଥିତ ହୋଇ ଦ୍ବିପାକ୍ଷିକ ସଂପର୍କ ସୁଦୃଢ଼ ନେଇ ଆଲୋଚନା କରିବା ସହ ଅନେକ ଚୁକ୍ତି ସ୍ବାକ୍ଷରିତ କରିବେ। ତନ୍ମଧ୍ୟରେ ଏସ୍‌-୪୦୦ ପ୍ରତିରକ୍ଷା ବାୟୁ କ୍ଷେପଣାସ୍ତ୍ର ଚୁକ୍ତି ଅନ୍ତର୍ଭୁକ୍ତ। ପୁଟିନ୍‌ଙ୍କ ଗସ୍ତ ବାବଦ‌େର ମୋଦୀ ଟ୍ବିଟ୍ କରି ମଧ୍ୟ ତାଙ୍କୁ ସ୍ବାଗତ ଜଣାଇବା ସହିତ ତାଙ୍କର ଏହି ଗସ୍ତ ଦୁଇଦେଶର ବନ୍ଧୁତ୍ବକୁ ସକ୍ରିୟ କରିବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର