କେମିତି ଚାଲିଛି ରାଜ୍ୟରେ କାମ? ବିଜେପି ଶାସିତ ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କଲେ ମୋଦୀ

ନୂଆଦିଲ୍ଲୀ: ଆଜି ଦିଲ୍ଲୀରେ ବିଜେପି ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିଛନ୍ତି | ବିଜେପିର ମୁଖ୍ୟମନ୍ତ୍ରୀ ପରିଷଦର ଏହି ବୈଠକରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଯୋଗୀ, ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା, ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ, ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ, ଗୁଜରାଟ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲଙ୍କ ସହିତ ଅନ୍ୟାନ୍ୟ ନେତା ବୈଠକରେ ଯୋଗ ଦେଇଥିଲେ |

ଏହି ବୈଠକରେ ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି. ନଡ୍ଡାଙ୍କ ସହ ଦେବେନ୍ଦ୍ର ଫଡନାଭିସ, ବୀରେନ ସିଂହ, ବସବରାଜ ବୋମାଇ, ଜୟରାମ ଠାକୁର ମଧ୍ୟ ଉପସ୍ଥିତ ଥିଲେ | ବୈଠକରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ବିକାଶ ଏବଂ କଲ୍ୟାଣ ଯୋଜନା ଉପରେ ସେମାନଙ୍କର ରିପୋର୍ଟ ଉପସ୍ଥାପନ କରିଛନ୍ତି | ବିଶେଷ କରି ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାକୁ କାର୍ଯ୍ୟକାରୀ କରିବା ସହ ଏଥିରେ ଗରିବ ଏବଂ ପଛୁଆ ବର୍ଗଙ୍କୁ ଅନ୍ତର୍ଭୁକ୍ତ କରିବାକୁ କଣ ସବୁ କରାଯାଇଛି, ସେ ନେଇ ମୋଦୀଙ୍କୁ ଜଣାଇଛନ୍ତି |

ଏହି ବୈଠକରେ ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀମାନଙ୍କୁ ମାର୍ଗଦର୍ଶନ କରିଥିବାବେଳେ କିଭଳି ଯୋଜନା ହିତାଧିକାରୀଙ୍କ ପାଖରେ ପହଂଚିଛି ସେନେଇ ଅନୁଧ୍ୟାନ କରିବାକୁ କହିଥିଲେ | ସୂଚନା ଥାଉ କି ଏହାପୂର୍ବରୁ ଡିସେମ୍ବର ୨୦୨୧ରେ ଉତ୍ତରପ୍ରଦେଶର ବାରାଣାସୀରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଜେପି ଶାସିତ ୧୨ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଭାଗ ନେଇଥିଲେ |

ସମ୍ବନ୍ଧିତ ଖବର