ନୂଆଦିଲ୍ଲୀ: ଡଲାର ତୁଳନାରେ ଦିନକୁ ଦିନ ଦୁର୍ବଳ ହୋଇପଡ଼ୁଥିବା ଟଙ୍କା ସ୍ଥିତିରେ ସୁଧାର ଆଣିବା ପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତୈଳ ଉତ୍ପାଦନକାରୀ ରାଷ୍ଟ୍ରମାନଙ୍କୁ ଅନୁରୋଧ କରିଛନ୍ତି। ତୈଳ ପ୍ରାପ୍ୟ ବାବଦରେ ରହିଥିବା କଠୋର ସର୍ତ୍ତଗୁଡ଼ିକୁ ସମୀକ୍ଷା କରାଯାଇ ଆବଶ୍ୟକ କୋହଳ ପଦକ୍ଷେପ ନେବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି। ଆଜି ଦିଲ୍ଲୀରେ ତୈଳ ଉତ୍ପାଦକ ଦେଶର ମନ୍ତ୍ରୀ ଏବଂ ତୈଳ କମ୍ପାନି ସିିଇଓଙ୍କ ରାଉଣ୍ଡ ଟେବୁଲକୁ ପ୍ରଧାନମନ୍ତ୍ରୀ ସମ୍ବୋଧିତ କରିଛନ୍ତି।
ସରକାରଙ୍କ ପକ୍ଷରୁ ଜାରି ବୟାନରେ କୁହାଯାଇଛି ଯେ ପ୍ରଧାନମନ୍ତ୍ରୀ ପେମେଣ୍ଟ ସର୍ତ୍ତକୁ ସମୀକ୍ଷା କରିବା ଉପରେ ଗୁରୁତ୍ବ ଦେଇଛନ୍ତି ଏବଂ ଏ ଦିଗରେ ତ୍ବରିତ ପଦକ୍ଷେପ ଆଶା ରଖିଛନ୍ତି। ଘରୋଇ ମୁଦ୍ରାକୁ ସାମୟିକ ଆଶ୍ବସ୍ତି ପ୍ରଦାନ କରିବା ପ୍ରଧାନମନ୍ତ୍ରୀଙ୍କ ପ୍ରସ୍ତାବର ଉଦ୍ଦେଶ୍ୟ ବୋଲି କୁହାଯାଇଛି। ତୈଳ ଦର ବଢ଼ି ଚାଲିବା ଯୋଗୁଁ ଭାରତ ଭଳି ଉପଭୋକ୍ତା ରାଷ୍ଟ୍ରଙ୍କ ପାଇଁ ସ୍ଥିତି ଜଟିଳ ହୋଇଛି। ଏହାଦ୍ବାରା ପେଟ୍ରୋଲ, ଡିଜେଲ ଏବଂ ଏଲ୍ପିଜିର ଖୁଚୁରା ଦର ବହୁତ ଅଧିକ ହୋଇଛି। ପ୍ରଧାନମନ୍ତ୍ରୀ ବୈଠକରେ ସିଇଓମାନଙ୍କୁ ପ୍ରଶ୍ନ କରିଥିଲେ ଯେ ଗତ ବୈଠକରେ ସେମାନେ ଯେଉଁସବୁ ସୁପାରିସ ଲାଗୁ କରିବା ପାଇଁ କହିଥିଲେ ତାହାକୁ ସରକାର କାର୍ଯ୍ୟକାରୀ କରିଛନ୍ତି। ତେବେ ଏହା ସତ୍ତ୍ବେ ମଧ୍ୟ ଭାରତରେ ତେଲ ଏବଂ ଗ୍ୟାସ୍ ସନ୍ଧାନ ଏବଂ ଉତ୍ପାଦନ ସହିତ ଜଡ଼ିତ ନୂତନ ବିଦେଶୀ ପୁଂଜିନିବେଶ ଆସିଲା ନାହିଁ। ଏହା ପଛର କାରଣ ଅନୁଧ୍ୟାନ କରି ବିହିତ ପଦକ୍ଷେପ ଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି। ସମ୍ମିଳନୀରେ ତୈଳ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ ତେଲର ବର୍ଦ୍ଧିତ ମୂଲ୍ୟ ଯୋଗୁଁ ଭାରତ ଜଟିଳ ସ୍ଥିତିର ସମ୍ମୁଖୀନ ହୋଇଛି। ବିଗତ ଏକ ବର୍ଷ ମଧ୍ୟରେ ଅଶୋଧିତ ତୈଳ ମୂଲ୍ୟ ଡଲାର କାରବାରରେ ୫୦ ପ୍ରତିଶତ ଏବଂ ଟଙ୍କା କାରବାରରେ ୭୦ ପ୍ରତିଶତ ବୃଦ୍ଧି ଘଟିଛି। ଉତ୍ପାଦକ ଏବଂ ଉପଭୋକ୍ତା ରାଷ୍ଟ୍ରଙ୍କ ମଧ୍ୟରେ ଭାଗୀଦାରିତା ବଢ଼ାଇବାକୁ ସେ ଗୁରୁତ୍ବାରୋପ କରିଥିଲେ।
ତୈଳ କମ୍ପାନି ସିଇଓଙ୍କ ସହ ମୋଦୀଙ୍କ ଆଲୋଚନା :ସର୍ତ୍ତ ସମୀକ୍ଷାକୁ ଗୁରୁତ୍ବ
ପୂର୍ବ ବୈଠକ ପ୍ରସ୍ତାବ କାର୍ଯ୍ୟକାରୀ ସତ୍ତ୍ବେ ଭାରତକୁ ଫାଇଦା ମିଳିଲାନି
/sambad/media/post_attachments/wp-content/uploads/2018/10/H2018101556097-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)