ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ୟକ୍ତିଗତ ଭାବେ ଖର୍ଚ୍ଚକାଟ ଉପରେ ବିଶେଷ ଗୁରୁତ୍ବ ଦିଅନ୍ତି। ମୋଦୀ ବୈଷୟିକ କାରଣରୁ ବିମାନ ରହଣି ସମୟରେ ବିଳାସପୂର୍ଣ୍ଣ ହୋଟେଲ୍ରେ ରହିବା ପରିବର୍ତ୍ତେ ବିମାନବନ୍ଦର ଟର୍ମିନାଲ୍ରେ ରହିଥାନ୍ତି। ବିଦେଶ ଗସ୍ତ ସମୟରେ ରାସ୍ତାରେ ଯଦି କୌଣସି ରାଷ୍ଟ୍ରରେ ବିମାନ ଅବତରଣ କରିବାକୁ ହୁଏ କିମ୍ବା ଇନ୍ଧନ ଭରିବା ପାଇଁ ଅଟକିବାକୁ ପଡ଼େ ତେବେ ମୋଦୀ ସେ ସମୟରେ ହୋଟେଲ୍ରେ ନରହି ବିମାନବନ୍ଦର ଟର୍ମିନାଲ୍ରେ ହିଁ ବିଶ୍ରାମ କରିଥାନ୍ତି ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ଲୋକସଭାରେ କହିଛନ୍ତି। ମୋଦୀଙ୍କ ବିଦେଶ ଗସ୍ତ ସମୟରେ ତାଙ୍କ ସାଙ୍ଗରେ ଖୁବ୍ କମ୍ କର୍ମଚାରୀ ଯାଇଥାନ୍ତି ଏବଂ ପ୍ରତିନିଧି ଦଳଙ୍କ ପାଇଁ ମଧ୍ୟ ଅଧିକ ସଂଖ୍ୟାରେ କାର୍ ବ୍ୟବହାରକୁ ମୋଦୀ ପସନ୍ଦ କରନ୍ତି ନାହିଁ ବୋଲି ଶାହ କହିଛନ୍ତି।
ବିମାନ ରହଣି ସମୟରେ ହୋଟେଲ୍ ବ୍ୟବହାର କରନ୍ତିନାହିଁ ମୋଦୀ: ଶାହ
/sambad/media/post_attachments/wp-content/uploads/2019/10/Narendra_Modi_.jpg)