ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତର ପ୍ରଦେଶର ବାରାଣସୀ ଲୋକସଭା ଆସନରୁ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।ସେ ବାରାଣାସୀ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ଅଫିସରେ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶିରୋମଣୀ ଅକାଳୀ ଦଳର ବରିଷ୍ଠ ନେତା ତଥା ପଂଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲଙ୍କ ପାଦ ସ୍ପର୍ଶ କରି ଆଶୀର୍ବାଦ ଭିକ୍ଷା କରିଥିଲେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରସ୍ତାବକମାନଙ୍କ ଭିତରେ ଅଛନ୍ତି ଆର ଏସ୍ ଏସ୍ କର୍ମୀ ସୁଭାଷ ଗୁପ୍ତା,, ବୈଜ୍ଞାନିକ ରାମଶଙ୍କର ପଟେଲ ,ମଦନ ମୋହନ ମାଲବ୍ୟଙ୍କ କନ୍ୟା ଅନ୍ନପୂର୍ଣ୍ଣା ଶୁକ୍ଳା,ଦାହସଂସ୍କାର ପ୍ରମୁଖ ଜଗଦୀଶ ଚୌଧୁରୀ ।
ଏହି ଅବସରରେ ଜନତା ଦଳ (ୟୁନାଇଟେଡ)ର ଅଧ୍ୟକ୍ଷ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର,ଶିବସେନା ମୁଖ୍ୟ ଉଦ୍ଧବ ଠାକରେ , ଶିରୋମଣୀ ଅକାଳୀ ଦଳର ବରିଷ୍ଠ ନେତା ତଥା ପଂଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ, କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା,ଲୋକ ଜନଶକ୍ତି ପାର୍ଟି ପ୍ରମୁଖ ରାମବିଳାସ ପାସୱାନ ପ୍ରମୁଖଙ୍କ ସମେତ ବହୂୁ ଏନ୍ ଡିଏ ନେତା ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/04/Modi-Nomination-Filling-in-Varnashi_Thumbnail-1.jpg)