ସୋସିଆଲ ମିଡିଆ:ମୋଦୀଙ୍କ ଫଲୋଅର୍ସ ସଂଖ୍ୟା ରାହୁଲଙ୍କଠାରୁ ସାଢେ ୯ ଗୁଣ ଅଧିକ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତା ସମଗ୍ର ବିଶ୍ବରେ ବୃଦ୍ଧି ପାଇଚାଲିଛି। ପ୍ରଧାନମନ୍ତ୍ରୀ ସୋସିଆଲ ମିଡିଆ ଫଲୋଅର୍ସ କ୍ଷେତ୍ରରେ ଭାରତୀୟ ରାଜନେତାଙ୍କ ମଧ୍ୟରେ ପ୍ରଥମ ସ୍ଥାନରେ ରହିଛନ୍ତି । ଫେସବୁକ, ଟ୍ବିଟର ଓ ଇନ୍‌ଷ୍ଟାଗ୍ରାମରେ ନରେନ୍ଦ୍ର ମୋଦୀଙ୍କ ଫଲୋଅର୍ସ ସଂଖ୍ୟା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଫଲୋଅର୍ସ ସଂଖ୍ୟାଠାରୁ ସାଢେ ୯ ଗୁଣ ଅଧିକ ବୋଲି ଜଣାଯାଇଛି। ଏଠାରେ ସୂଚନାଯୋଗ୍ୟ ଫେସବୁକ, ଟ୍ବିଟର୍‌ ଓ ଇନ୍‌ଷ୍ଟାଗ୍ରାମରେ ପ୍ରଧାନମନ୍ତ୍ରୀଙ୍କ ଫଲୋଅର୍ସ ସଂଖ୍ୟା ୧୧୦,୯୧୨,୬୪୮। ଅପରପକ୍ଷେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଫଲୋଅର୍ସ ସଂଖ୍ୟା ମାତ୍ର ୧ କୋଟି ୨୦ ଲକ୍ଷ । ଖାଲି ସେତିକି ନୁହେଁ ,ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋସିଆଲ ମିଡିଆ ଫଲୋଅର୍ସ ସଂଖ୍ୟାରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି।

ସମ୍ବନ୍ଧିତ ଖବର