ନୂଆଦିଲ୍ଲୀ: ୨୦୧୭ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଦେଶ ଗସ୍ତ ବାବଦରେ ଚାର୍ଟଡ ବିମାନ ବାବଦ ଖର୍ଚ୍ଚ ୭୬୫ ନିୟୁତ ରହିଥିବା ଜଣାପଡ଼ିଛି। ତେବେ ପୂର୍ବ ବର୍ଷମାନଙ୍କ ଅପେକ୍ଷା ୨୦୧୭ ବର୍ଷରେ ମୋଦିଙ୍କ ବିଦେଶ ଗସ୍ତ ଖର୍ଚ୍ଚ କମ୍ ରହିଥିବା ଜଣାପଡ଼ିଛି। ୨୦୧୪ ମେ ୨୬ ତାରିଖରେ ନରେନ୍ଦ୍ର ମୋଦି ଦେଶର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ଏବଂ ସେହି ବର୍ଷ ଜୁନ୍ରୁ ଡିସେମ୍ବର ମଧ୍ୟରେ ମୋଦିଙ୍କ ବିଦେଶ ଗସ୍ତ ବାବଦରେ ୭୭୯ ନିୟୁତ ଟଙ୍କା ବ୍ୟୟ ହୋଇଥିବା ଜଣାପଡ଼ିଛି। ୨୦୧୬ରେ ମୋଦିଙ୍କ ବିଦେଶ ଗସ୍ତ ବାବଦ ଖର୍ଚ୍ଚ ୧୫୨ କୋଟି ଟଙ୍କା ବେଳେ ୨୦୧୫ରେ ଏହା ୧୩୪ କୋଟି ରହିଥିଲା। ୨୦୧୭ରେ ପ୍ରଧାନମନ୍ତ୍ରୀ ୭ଟି ବିଦେଶ ଗସ୍ତରେ ଯାଇଥିବା ବେଳେ ୨୦୧୬ରେ ୮ଟି ଗସ୍ତରେ ଯାଇଥିଲେ। ପ୍ରଧାନମନ୍ତ୍ରୀ ହେବାପରେ ମୋଦି ପ୍ରଥମ ବର୍ଷରେ ୩୫ ଦିନ ପାଇଁ ବିଦେଶ ଗସ୍ତରେ ଥିଲେ ଏବଂ ୨୦୧୫ରେ ମୋଦିଙ୍କ ବିଦେଶ ଗସ୍ତ ସମୟ ମୋଟ ୫୭ ଦିନ ରହିଥିଲା। ତେବେ ୨୦୧୬ରେ ଏଥିରେ ଯଥେଷ୍ଟ ହ୍ରାସ ପାଇଁ ୨୯ ଦିନରେ ସୀମିତ ରହିଥିଲା। ୨୦୧୭ରେ ମୋଦିଙ୍କ ବିଦେଶ ଗସ୍ତ ସମୟ ମୋଟ ୩୨ ଦିନ ରହିଥିଲା ବୋଲି ଜଣାପଡ଼ିଛି। ଚଳିତ ବର୍ଷ ପ୍ରଧାନମନ୍ତ୍ରୀ ମୋଦି ଆଜି ସୁଦ୍ଧା କେବଳ ୬ ଦିନ ବିଦେଶ ଗସ୍ତରେ ଥିଲେ, କିନ୍ତୁ ଆଗାମୀ ଦିନରେ ଅନେକ ବିଦେଶ ଗସ୍ତ କାର୍ଯ୍ୟକ୍ରମ ମୋଦିଙ୍କ ତାଲିକାରେ ସାମିଲ ଅଛି। ପ୍ରଧାନମନ୍ତ୍ରୀଙ୍କ ସବୁଠାରୁ ମହଙ୍ଗା ବିଦେଶ ଗସ୍ତ କାର୍ଯ୍ୟକ୍ରମ ଏପ୍ରିଲ ୨୦୧୫ରେ ହୋଇଥିଲା। ଏହି ସମୟରେ ମୋଦି ଫ୍ରାନ୍୍ସ, ଜର୍ମାନୀ ଏବଂ କାନାଡ଼ା ଗସ୍ତ କରିଥିଲେ। ଏ ବାବଦରେ ବିମାନ ଖର୍ଚ୍ଚ ୩୧୨.୫ ନିୟୁତକୁ ଛୁଇଁଥିଲା। ମୋଦିଙ୍କର ସବୁଠାରୁ ଶସ୍ତା ବିଦେଶ ଗସ୍ତ ଜୁନ୍ ୨୦୧୪ରେ ଭୁଟାନକୁ ରହିଥିଲା। ଏଥିରେ ୨୪.୫ ନିୟୁତ ଟଙ୍କା ବ୍ୟୟ ହୋଇଥିଲା। ୨୦୧୪ରେ ମୋଦିଙ୍କ ବ୍ରାଜିଲ୍ ଗସ୍ତ ସବୁଠାରୁ ଅଧିକ ବ୍ୟୟବହୁଳ ଥିଲା ଏବଂ ଏଥିପାଇଁ ୨୦୩.୫ ନିୟୁତ ଟଙ୍କା ଖର୍ଚ୍ଚ ହୋଇଥିଲା।
ମୋଦିଙ୍କ ବିଦେଶ ଗସ୍ତ: ୪ ବର୍ଷରେ ୪୪୦ କୋଟି ଖର୍ଚ୍ଚ
/sambad/media/post_attachments/wp-content/uploads/2018/04/1519575496-4873.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)