ନୂଆଦିଲ୍ଲୀ : ୨୦୧୯ ଲୋକସଭା ନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟକ୍ରମ ସମୟରେ ମୋଦୀ ସମସ୍ତଙ୍କୁ ସ୍ବଚ୍ଛ ପାନୀୟ ଜଳ ଯୋଗାଇ ଦେବାପାଇଁ ପ୍ରତିଶ୍ରୁତି ଦେଇିଥିଲେ । ଏବେ ମୋଦୀ ତାଙ୍କର ସେହି ପ୍ରତିଶ୍ରୁତି ପୂରଣ କରିଛନ୍ତି। ନୂଆ କ୍ୟାବିନେଟ୍ରେ ଜଳ ଶକ୍ତି ମନ୍ତ୍ରାଳୟ ଗଠନ ହୋଇଛି। ଜଳ ଶକ୍ତି ମନ୍ତ୍ରାଳୟର ନେତୃତ୍ବ ନେବେ ଗଜେନ୍ଦ୍ର ସିଂହ ଶେଖାୱତ। ସେ ମୋଦୀଙ୍କ ନୂଆ ମନ୍ତ୍ରିମଣ୍ଡଳରେ ଜଳଶକ୍ତି କ୍ୟାବିନେଟ୍ ମନ୍ତ୍ରୀ ହୋଇଛନ୍ତି। ଏହି ଜଳ ଶକ୍ତି ମନ୍ତ୍ରାଳୟ ମୋଦୀଙ୍କର ଏକ ପ୍ରମୁଖ ପ୍ରକଳ୍ପ ଥିଲା ଏବଂ ଏନ୍ଡିଏର ଅନ୍ତରୀଣ ବଜେଟ୍ ସମୟରେ ମଧ୍ୟ ଏ ନେି ସୂଚନା ଦିଆଯାଇଥିଲା । ଏନ୍ଡିଏ ପୁଣିଥରେ କ୍ଷମତାକୁ ଫେରିଲେ ଜଳ ଶକ୍ତି ମନ୍ତ୍ରାଳୟ ଆରମ୍ଭ ହେବ ବୋଲି ମୋଦୀ ପ୍ରତିଶ୍ରୁତି ଦେଇଥିଲେ। ଗତମାସରେ ମଧ୍ୟ ମୋଦୀ ତାମିଲନାଡ଼ୁରେ ତାଙ୍କ ପ୍ରତିଶ୍ରୁତି ଦୋହରାଇଥିଲେ। ତେବେ ସବୁପରେ ମୋଦୀ ତାଙ୍କ ପ୍ରତିଶ୍ରୁତି ପୂରଣ କରିଛନ୍ତି। ଜଳ ଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ଜଣେ ଟାଣୁଆ ନେତା। ୨୦୧୯ ଲୋକସଭା ନିର୍ବାଚନରେ ସେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ପୁଅ ବୈଭବ ଗେହଲଟଙ୍କୁ ପରାଜିତ କରି ରେକର୍ଡ କରିଛନ୍ତି। ଗଜ୍ଜୁ ବନା ଭାବେ ଲୋକପ୍ରୀୟ ଗଜେନ୍ଦ୍ର ସିଂହ। ୧୯୯୨ରେ ଯୋଧପୁରର ଜୟ ନାରାୟଣ ବ୍ୟାସ ବିଶ୍ବବିଦ୍ୟାଳୟରୁ ଜଣେ ଏବିଭିପି ପ୍ରାର୍ଥୀ ଭାବେ ଛାତ୍ର ସଂସଦ ସଭାପତି ନିର୍ବାଚନ ଜିତି ଛାତ୍ର ରାଜନୀତିରେ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ। ୨୦୧୪ରେ ସେ ଲୋକସଭାକୁ ନିର୍ବାଚିତ ହେଲେ। ୨୦୧୭ ସେପ୍ଟେମ୍ବରରେ ସେ କେନ୍ଦ୍ର କ୍ୟାବିନେଟ୍ରେ କୃଷି ରାଷ୍ଟ୍ର ମନ୍ତ୍ରୀ ଥିଲେ।
ପ୍ରତିଶ୍ରୁତି ପୂରଣ କଲେ ମୋଦୀ : ଆରମ୍ଭ ହେଲା ନୂଆ ଜଳ ଶକ୍ତି ମନ୍ତ୍ରାଳୟ, ଗଜେନ୍ଦ୍ର ସିଂହ ହେଲେ ଜଳ ଶକ୍ତି ମନ୍ତ୍ରୀ
/sambad/media/post_attachments/wp-content/uploads/2019/06/modi.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)