ନୂଆଦିଲ୍ଲୀ: ଦୁଇ ଦିନିଆ ଭାରତ ଗସ୍ତରେ ଆସିଥିବା ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ୍ ରାମ ମନ୍ଦିରର ଏକ ପ୍ରତିକୃତି ବା ମଡେଲ ଉପହାର ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସାଧାରଣତନ୍ତ୍ର ଦିବସରେ ଭାରତ ତାଙ୍କୁ ମୁଖ୍ୟ ଅତିଥି ଭାବେ ନିମନ୍ତ୍ରଣ କରିଛି।

Advertisment

ଦୁହେଁ ଆଜି ରାଜସ୍ଥାନର ଜୟପୁରରେ ଏକ ରୋଡ୍ ସୋ' କରିଥିଲେ। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ ରାମ ମନ୍ଦିରର ଏକ ମଡେଲ ଉପହାର ଭାବେ ଦେଇଥିଲେ । ହାୱା ମହଲ ବାହାରେ ରାଷ୍ଟ୍ରପତି ମାକ୍ରୋନଙ୍କ ସହ ଚା' ପିଇଲେ ପ୍ରଧାନମନ୍ତ୍ରୀ ମୋଦୀ । ବିଶେଷ କଥା ହେଉଛି ଚା' ପିଇବା ପରେ ପ୍ରଧାନମନ୍ତ୍ରୀ ଏହାକୁ ୟୁପିଆଇ ଜରିଆରେ ପୈଠ କରିଥିଲେ । ଦୋକାନୀଜଣକ ୨ ଟଙ୍କା ମାଗିଥିଲେ । ପ୍ରଧାନମନ୍ତ୍ରୀ ଦୁଇ ଟଙ୍କାର ୟୁପିଆଇ ଦେୟ ଦେଇଥିଲେ।

ହାୱା ମହଲ ପରିଦର୍ଶନ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫ୍ରାନ୍ସ ରାଷ୍ଟ୍ରପତି ମାକ୍ରୋନଙ୍କ ପାଇଁ ମଧ୍ୟ ସପିଂ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ଏବଂ ମାକ୍ରୋନ୍ ହାୱା ମହଲ ନିକଟରେ ହସ୍ତଶିଳ୍ପର କିଛି ସାମଗ୍ରୀ ଦେଖିଥିଲେ | ରାଷ୍ଟ୍ରପତି ମାକ୍ରୋନଙ୍କ ନିକଟରେ ଉପସ୍ଥାପିତ କରିବା ପାଇଁ ପ୍ରଧାନମନ୍ତ୍ରୀ ଏକ ନୀଳ ରଂଗର ପ୍ଲେଟ୍ କିଣିଥିଲେ ଏବଂ ୟୁପିଆଇ ମାଧ୍ୟମରେ ଦେୟ ଦେଇଥିଲେ। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଫ୍ରାନ୍ସ ରାଷ୍ଟ୍ରପତିଙ୍କୁ ଅଯୋଧ୍ୟା ରାମ ମନ୍ଦିରର ଏକ ମଡେଲ ମଧ୍ୟ ଉପହାର ଦେଇଥିଲେ।