ମୋଦୀଙ୍କୁ ମିଳିଲା ଲତା ଦୀନନାଥ ମଙ୍ଗେଶକର ପୁରସ୍କାର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଲତା ଦୀନନାଥ ମଙ୍ଗେଶକର ପୁରସ୍କାର | ଆଜି ମୁମ୍ବାଇରେ ୮୦ ତମ ବାର୍ଷିକ ମାଷ୍ଟର ଦୀନନାଥ ମଙ୍ଗେଶକର ପୁରସ୍କାର ବିତରଣ ଉତ୍ସବରେ ଦେଶ ତଥା ସମାଜ ପ୍ରତି ନିସ୍ୱାର୍ଥପର ସେବା ପାଇଁ ମୋଦୀଙ୍କୁ ପ୍ରଥମ ଲତା ଦୀନନାଥ ମଙ୍ଗେଶକର ପୁରସ୍କାର ଦିଆଯାଇଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଲତା ଦିଦି କେବଳ ବୟସରେ ନୁହେଁ ବରଂ କାର୍ଯ୍ୟରେ ବି ମୋ ଠାରୁ ବଡ ଥିଲେ । ସୂଚନା ଥାଉ କି ଲତା ଦୀନନାଥ ମଙ୍ଗେଶକର ପୁରସ୍କାର ମହାନ ଗାୟିକା ଲତା ମଙ୍ଗେଶକରଙ୍କ ସ୍ମୃତି ଓ ସମ୍ମାନ ପାଇଁ ଦିଆଯାଇଛି |

୬ ଫେବୃଆରୀରେ ୯୨ ବର୍ଷ ବୟସରେ ଲତା ମଙ୍ଗେଶକରଙ୍କର ଦେହାନ୍ତ ହୋଇଥିଲା । ମାଷ୍ଟର ଦୀନନାଥ ମଙ୍ଗେଶକର ସ୍ମୃତି ପ୍ରତିଷ୍ଠାନ ଚାରିଟେବୁଲ ଟ୍ରଷ୍ଟ ଦ୍ୱାରା କୁହାଯାଇଛି ଯେ ପ୍ରତିବର୍ଷ କେବଳ ଜଣେ ବ୍ୟକ୍ତିଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ, ଯିଏ ଦେଶ, ଏହାର ନାଗରିକ ତଥା ସମାଜ ପାଇଁ ପଥପ୍ରଦର୍ଶକ ସାଜିଛନ୍ତି | ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ମୁଁ ଗର୍ବିତ ଅନୁଭବ କରୁଛି ଯେ ଲତା ଦିଦି ମୋର ବଡ଼ ଭଉଣୀ ଥିଲେ |

ଲତା ଦିଦି ଜଣେ ବଡ଼ ଭଉଣୀ ଭଳି ମତେ ସବୁବେଳେ ଭଲ ପାଉଥିଲେ | ସେ କହିଛନ୍ତି ଯେ ସଙ୍ଗୀତ ସହିତ ଦେଶପ୍ରେମର ଯେଉଁ ଚେତନା ଲତା ଦିଦିଙ୍କ ପାଖରେ ଥିଲା ଏହାର ଉତ୍ସ ଥିଲେ ତାଙ୍କ ବାପା | ସ୍ୱାଧୀନତା ସଂଗ୍ରାମ ସମୟରେ ଶିମଲାରେ ବ୍ରିଟିଶ ଭାୟସରାୟଙ୍କ କାର୍ଯ୍ୟକ୍ରମରେ ଦୀନନାଥ ଜୀ ବୀର ସାବରକରଙ୍କ ଲିଖିତ ଗୀତ ଗାଇଥିଲେ | ସଂସ୍କୃତିଠାରୁ ବିଶ୍ୱାସ ପର୍ଯ୍ୟନ୍ତ, ପୂର୍ବଠାରୁ ପଶ୍ଚିମ ପର୍ଯ୍ୟନ୍ତ, ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ, ଲତା ଜୀ ନିଜ ସ୍ୱରରେ ସମଗ୍ର ଦେଶକୁ ଗୋଟିଏ ସୂତ୍ରରେ ବାନ୍ଧିବା କାମ କରିଥିଲେ | ସେ ଭାରତର ସାଂସ୍କୃତିକ ରାଷ୍ଟ୍ରଦୂତ ଥିଲେ।

ସମ୍ବନ୍ଧିତ ଖବର