ମୋଦି ସରକାରଙ୍କ ନିଷ୍ପତ୍ତି: ମିଛ ଖବର ପ୍ରକାଶନ କଲେ ‘ଖବରକାଗଜ’କୁ ମିଳିବନି ବିଜ୍ଞାପନ

ନୂଆଦିଲ୍ଲୀ:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ନିଷ୍ପତ୍ତି ନେଇଛନ୍ତି ଯେ, ମିଛ ଖବର ପ୍ରକାଶନ ଓ ଭୁଲ ରିପୋଟିଂ କରୁଥିବା ଖବରକାଗଜକୁ ଏଣିକି ବିଜ୍ଞାପନ ଦିଆଯିବ ନାହିଁ। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ ଗଣମାଧ୍ୟମ ପ୍ରତିଷ୍ଠାନକୁ ଅନୈତିକି ରିପୋଟିଂ ଉପରେ ବିଜ୍ଞାପନ ଓ ଦୃଶ୍ୟ ପ୍ରଚାର ନିର୍ଦ୍ଦେଶାଳୟ(ଡିଏଭିପି) ପକ୍ଷରୁ ବିଜ୍ଞାପନ ଜାରି କରାଯିବ ନାହିଁ। ‘ଦ ନ୍ୟୁ ପ୍ରିଣ୍ଟ ମିଡିଆ ଆଡଭର୍ଟାଇଜମେଣ୍ଟ ପଲିସି ୨୦୧୬’ର ଧାରା ୨୫ରେ ସଂଶୋଧନ ହେବ। ପ୍ରସ୍ତାବିତ ସଂଶୋଧନ ନିୟମ ପରେ ମିଛ ଖବର ଓ ଭୁଲରେ ଛପାଯାଇଥିବା ଖବର ଉପରେ କାର୍ଯ୍ୟାନୁଷ୍ଠାନ ହେବ। କିନ୍ତୁ ଏପର୍ଯ୍ୟନ୍ତ ଏ ବାବଦରେ କିଛି ସ୍ପଷ୍ଟ ହୋଇ ନାହିଁ। କାର୍ଯ୍ୟାନୁଷ୍ଠାନ ସମୟରେ ଡିଏଭିପିର ଅଧିକାରୀମାନେ ଭୁଲ ଖବର ନେଇ ଘଟଣା ସମ୍ପର୍କରେ ପଚରାଉଚରା କରିପାରନ୍ତି।

ଏକ ଜାତୀୟ ଖବରକାଗଜରେ ପ୍ରକାଶିତ ଖବର ଅନୁସାରେ ଡିଏଭିପି ଏହି କାମ କରିବାକୁ ଭାରତୀୟ ପ୍ରେସ ପରିଷଦ ଓ ପତ୍ର ସୂଚନା କାର୍ଯ୍ୟାଳୟ(ପ୍ରେସ ଇନଫରମେସନ୍‌ ବ୍ୟୁରୋ)ର ସାହାଯ୍ୟ ନେବ। ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଗତ ବର୍ଷ ନୂଆ ବିଜ୍ଞାପନ ନୀତି ନେଇ ଆସିଥିଲା। ଏଥିରେ ଖବରକାଗଜ ଓ ପତ୍ରିକାର ତଥ୍ୟ ଯାଞ୍ଚ କରିବାକୁ ନିଷ୍ପତ୍ତି ନେଇଥିଲା। ବିଜ୍ଞାପନ ଜାରି କରିବା ପୂର୍ବରୁ ଅର୍ଡିଟ ବ୍ୟୁରୋ ଅଫ୍‌ ସାକ୍ୟୁଲେସନ୍‌ (ଏବିସି) ଅଥବା ରେଜିଷ୍ଟର ଅଫ୍‌ ନ୍ୟୁଜପେପର୍ସ ଅଫ୍‌ ଇଣ୍ଡିଆ (ଆରଏନ୍‌ଆଇ)ର ସଦସ୍ୟ ସାମିଲ ଥିଲେ।

ସମ୍ବନ୍ଧିତ ଖବର