ନୂଆଦିଲ୍ଲୀ: ଅତୀତରେ ଅନେକ ସମୟରେ ବିଜେପି ଏବଂ ମୋଦୀଙ୍କ ନିକଟତର ହୋଇଥିବା ଶଶୀଙ୍କୁ ଦେଖିବାକୁ ମିଳିଛି । ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଶଂସା ହେଉ ବି ବିଜେପି ନେତୃବୃନ୍ଦଙ୍କ ସହ ମିଳାମିଶା, ବିମାନରେ ଯାତ୍ରା ଏମିକି ଅନେକ କଥାକୁ ନେଇ ରାଜନୀତିରେ ହେଡଲାଇନ ପାଲଟନ୍ତି କଂଗ୍ରେସ ସାଂସଦ ଶଶୀ ଥରୁର । ଆଉ ଏହାକୁ ନେଇ ଚର୍ଚ୍ଚା ହୁଏ କି ଶଶୀ ଥରୁର ବିଜେପି ଯାଇ ପାରନ୍ତି ବୋଲି... ଅତୀତରେ ଶଶୀ ବିଜେପିର ଏବଂ ମୋଦୀଙ୍କ ନିକଟତର ହେଉଥିବା ବେଳେ ଏବେ ତାଙ୍କ କାନ୍ଧରେ ଗୁରୁଦାୟିତ୍ବ ଦେଇଛନ୍ତି ମୋଦୀ ସରକାର । ଯଦିଓ ଏହା ରାଜନୈତିକ ଦାୟିତ୍ବ ନୁହେଁ କହିବାକୁ ଗଲେ ଏହା ରାଜନୀତିର ଉପରେ ମାନେ ରାଷ୍ଟ୍ରହିତର ଗୁରୁ ଦାୟିତ୍ବ । ଶଶୀ ଥରୁରଙ୍କୁ ସର୍ବଦଳୀୟ ପ୍ରତିନିଧି ଦଳର ନେତୃତ୍ବ ଦିଆଯାଇଛି । ଅପରେସନ ସିନ୍ଦୂର ସଫଳତା ଏବଂ ପାକିସ୍ତାନକୁ ବିଶ୍ବ ସ୍ତରରେ ଘେରିବାକୁ ଭାରତ ସରକାର ଗଠନ କରିଛନ୍ତି ୭ଟି ସର୍ବଦଳୀୟ ପ୍ରତିନିଧି ଦଳ । ଯେଉଁମାନେ ବିଦେଶ ବୁଲି ପାକିସ୍ତାନର ପୋଲ୍ ଖୋଲିବେ । ପାକିସ୍ତାନର ଆତଙ୍କୀ ପ୍ରୀତିର ଖୁଲାସା କରିବେ । ଆଉ ସେହି ୭ଟି ସର୍ବଦଳୀୟ ପ୍ରତିନିଧି ଦଳରେ ନେତୃତ୍ବ ନେଉଥିବା ୭ ଜଣ ବରିଷ୍ଠ ସାଂସଦଙ୍କ ମଧ୍ୟରେ ପ୍ରଥମେ ଅଛି ଶଶୀ ଥରୁରଙ୍କ ନାଁ ।
/sambad/media/media_files/2025/05/17/3F1rJjI79NsZs4VLgoqO.jpg)
ତେବେ ରାଷ୍ଟ୍ରହିତ ଉଦ୍ଦେଶ୍ୟରେ ହେଉଥିବା ନିଷ୍ପତ୍ତିରେ ଏବଂ ସେବାରେ ସବୁବେଳେ ଆଗଭର ବୋଲି ଶଶୀ ନିଜ ମତ ରଖିଛନ୍ତି । ତେବେ ଏହି ସର୍ବଦଳୀୟ ଟିମରେ ଶଶୀଙ୍କ ନାଁ ଥିବାବେଳେ କଂଗ୍ରେସ ତାଙ୍କୁ ଛାଡ଼ିବ କି ନାହିଁ ତାହା ଉପରେ ପ୍ରଶ୍ନ ଉଠିଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।
I am honoured by the invitation of the government of India to lead an all-party delegation to five key capitals, to present our nation’s point of view on recent events.
— Shashi Tharoor (@ShashiTharoor) May 17, 2025
When national interest is involved, and my services are required, I will not be found wanting.
Jai Hind! 🇮🇳 pic.twitter.com/b4Qjd12cN9
ବିଶ୍ବ ସ୍ତରରେ ପାକିସ୍ତାନକୁ ଘେରିବ ଭାରତ । ଆରମ୍ଭ ହେଲା ପାକିସ୍ତାନ ଉପରେ ପୁନଶ୍ଚ କୂଟନୈତିକ ପ୍ରହାର କରିବାର ପ୍ରକ୍ରିୟା । ଆତଙ୍କବାଦ ବିରୋଧରେ ଶୂନ୍ୟ ସହନଶୀଳ ବାର୍ତ୍ତା ନେଇ ସାରା ବିଶ୍ବ ବୁଲିବେ ଭାରତର ସାଂସଦ । ଆତଙ୍କବାଦ ବିରୋଧୀ ବାର୍ତ୍ତା ବାଣ୍ଟିବା ନେଇ ଗଠନ ହେଲା ସର୍ବଦଳୀୟ ପ୍ରତିନିଧି ଦଳ । ବିଶ୍ବ ସମୁଦାୟ ଆଗରେ ପାକିସ୍ତାନର ଅସଲ ମୁଖା ଖୋଲିବାକୁ ଗଠନ ହେଲା ଦଳ । ଏହି ଦଳର ସଦସ୍ୟମାନେ ପାକିସ୍ତାନର ଆତଙ୍କୀ ପ୍ରୀତି ସହ ଅପରେସନ ସିନ୍ଦୂର ବାବଦରେ ବିଶ୍ବର ବଡ ବଡ ଦେଶକୁ ଗସ୍ତ କରି ବଖାଣିବେ ।
ତେବେ ବିଦେଶ ଗସ୍ତ ପାଇଁ ୭ଟି ସର୍ବଦଳୀୟ ପ୍ରତିନିଧି ଦଳ ଗଠନ ହୋଇଛି । ପ୍ରତି ଦଳର ନେତୃତ୍ବ ନେବେ ୭ ଜଣ ବରିଷ୍ଠ ସାଂସଦ । ତେବେ କଂଗ୍ରେସର ଶଶୀ ଥରୁର, ବିଜେପିର ରବି ଶଙ୍କର ପ୍ରସାଦ ଏବଂ ବୈଜୟନ୍ତ ପଣ୍ଡା, ଜେଡିୟୁର ସଞ୍ଜୟ କୁମାର ଝା, ଡିଏମକେର କାନିମୋଝୀ କରଣାନିଧି, ଏନସିପିର ସୁପ୍ରିୟା ସୋଲେ ଏବଂ ଶିବସେନାର ଶ୍ରୀକାନ୍ତ ଏକନାଥ ସିନ୍ଦେ ପ୍ରତି ଦଳର ନେତୃତ୍ବ ନେବା ନେବେ ।
In moments that matter most, Bharat stands united.
— Kiren Rijiju (@KirenRijiju) May 17, 2025
Seven All-Party Delegations will soon visit key partner nations, carrying our shared message of zero-tolerance to terrorism.
A powerful reflection of national unity above politics, beyond differences.@rsprasad@ShashiTharoor… pic.twitter.com/FerHHACaVK
ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଏହି ବିଦେଶ ଗସ୍ତକୁ ସଂଯୋଜନା କରୁଥିବା ବେଳେ ଏଥିରେ ସବୁ ଦଳର ସାଂସଦଙ୍କୁ ସାମିଲ କରାଯାଇଛି । ଆମେରିକା, ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା, କତାର, ୟୁଏଇ ଭଳି ସହଯୋଗୀ ରାଷ୍ଟ୍ରକୁ ଗସ୍ତ କରିବେ । ମେ’ ୨୨ ତାରିଖରୁ ଏହି ଗସ୍ତ ଆରମ୍ଭ ହେବାର ସୂଚନା ରହିଛି । ତେବେ କିରଣ ରିଜିଜୁ ନିଜ ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି- ଆତଙ୍କବାଦ ବିରୋଧରେ ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତରେ ଭାରତ ଏକାଠି ଠିଆ ହୋଇଛି। ଆତଙ୍କବାଦ ପ୍ରତି ଶୂନ୍ୟ ସହନଶୀଳତାର ବାର୍ତ୍ତା ବହନ କରି ୭ଟି ସର୍ବଦଳୀୟ ପ୍ରତିନିଧି ଦଳ ଖୁବ୍ ଶୀଘ୍ର ପ୍ରମୁଖ ସହଯୋଗୀ ରାଷ୍ଟ୍ରଗୁଡ଼ିକୁ ଗସ୍ତ କରିବେ। ଏହି ଏକତା ରାଜନୀତିର ଉପରେ ଏବଂ ଭିନ୍ନତାର ଉପରେ ବୋଲି କିରଣ ରିଜିଜୁ କହିଛନ୍ତି ।