ରାୟପୁର: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଶନିବାର କହିଛନ୍ତି ଯେ ନରେନ୍ଦ୍ର ମୋଦୀ ସରକାର ଆତଙ୍କବାଦ ପ୍ରତି ଶୂନ୍ୟ ସହନଶୀଳତା ନୀତି ଆପଣେଇଛନ୍ତି। ଏବଂ ଏହି ଅନୁଯାୟୀ ଏନଆଇଏ ଏବଂ ଆତଙ୍କବାଦ ବିରୋଧୀ ଆଇନ ଭଳି ଅନୁସନ୍ଧାନ ଏଜେନ୍ସିକୁ ମଜବୁତ କରିବା ପାଇଁ ସମସ୍ତ ପ୍ରୟାସ କରିଛନ୍ତି। ସେ କହିଛନ୍ତି ଯେ ମେ ୨୦୨୪ ସୁଦ୍ଧା ଜାତୀୟ ଅନୁସନ୍ଧାନ ଏଜେନ୍ସିର ସମସ୍ତ ରାଜ୍ୟରେ ଶାଖା ଖୋଲିିବ।
ରାୟପୁରର ଅଟଳ ନଗର ଅଞ୍ଚଳରେ ଏନଆଇଏର ରାୟପୁର ଶାଖାର କାର୍ଯ୍ୟାଳୟ ଭବନର ଉଦଘାଟନୀ ଉତ୍ସବରେ ଗୃହମନ୍ତ୍ରୀ ଶ୍ରୀ ଶାହା କହିଛନ୍ତି, ମୋଦୀ ସରକାର ବାମପନ୍ଥୀ ଉଗ୍ରବାଦ, ଆତଙ୍କବାଦ ଏବଂ ନକଲି ମୁଦ୍ରା ଏବଂ ନିଶା ଦ୍ରବ୍ୟ ସମେତ ଅନ୍ୟାନ୍ୟ ଆନୁସଙ୍ଗିକ ଅପରାଧ ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଗ୍ରହଣ କରିଛନ୍ତି ଏବଂ ତେଣୁ ଆମେ ଏନଆଇଏକୁ ମଜବୁତ କରିବା ପାଇଁ କୌଣସି କସରତ ଛାଡିନାହୁଁ।
ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ମଧ୍ୟ ଆତଙ୍କବାଦ ନିରୋଧୀ ଆଇନକୁ ସୁଦୃଢ଼ କରିଛନ୍ତି। ରାଜ୍ୟରେ ଦଳର ନିର୍ବିିଶେଷରେ ରାଜ୍ୟ ସରକାରଙ୍କ ସହ ଆତଙ୍କବାଦ ସମ୍ବନ୍ଧୀୟ ସୂଚନା ବାଣ୍ଟୁଛନ୍ତି ଏବଂ ଆତଙ୍କବାଦ ନିରୋଧୀ ଅନୁସନ୍ଧାନ ଏଜେନ୍ସିଗୁଡ଼ିକୁ ମଜବୁତ କରୁଛନ୍ତି। ଏହି ନୀତି ଅନୁଯାୟୀ ଆମ ସରକାର ଏନଆଇଏକୁ ମଜବୁତ କରିବା ଦିଗରେ କାର୍ଯ୍ୟ କରୁଛନ୍ତି।
କ୍ଷମତାକୁ ଆସିବା ପରଠାରୁ ସରକାର କାଶ୍ମୀରକୁ ଆତଙ୍କବାଦମୁକ୍ତ କରିବାକୁ ଚେଷ୍ଟା କରିଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ଧାରା ୩୭୦ ଉଚ୍ଛେଦ ପରେ କଶ୍ମୀରରେ ଶାନ୍ତି ଫେରିଛିି ଏବଂ ଆଜି ଆମର ଏଜେନ୍ସିଗୁଡ଼ିକ ସେଠାରେ ଆତଙ୍କବାଦୀ କାର୍ଯ୍ୟକଳାପ ରୋକିିବାରେ ସଫଳ ହୋଇଛନ୍ତି। ଏହା ସମ୍ଭବ ହେଲା କାରଣ ଏନଆଇଏ ୨୦୧୮ରୁ ୨୦୨୦-ମଧ୍ୟରେ ଆତଙ୍କବାଦୀ ପାଣ୍ଠିରେ ଜଡିତ ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା।
ବାମପନ୍ଥୀ ଉଗ୍ରବାଦକୁ ଉଚ୍ଛେଦ କରିବାକୁ ସରକାର ପ୍ରତିଶ୍ରୁତି ଦେଇଛନ୍ତି ଯାହା ବର୍ତ୍ତମାନ ଦେଶର କେବଳ କିଛି ଜିଲ୍ଲାରେ ସୀମିତ ରହିଛି ବୋଲି ଶ୍ରୀ ଶାହା ଦାବି କରିଛନ୍ତି। ପୂର୍ବରୁ ଏଲଡବ୍ଲୁଇର ପ୍ରଭାବ ୧୨୦ଟି ଜିଲ୍ଲାକୁ ବ୍ୟାପିଥିଲା କିନ୍ତୁ ଏହା ବର୍ତ୍ତମାନ ମାତ୍ର ୪୬ଟି ଜିଲ୍ଲାରେ ସଙ୍କୁଚିତ ହୋଇ ରହିଛି। ଛତିଶଗଡ଼ରେ କିଛି ଜିଲ୍ଲା ଅଛି ଯେଉଁମାନେ ଏପର୍ଯ୍ୟନ୍ତ ଏହି ବିପଦ ସହିତ ସଂଘର୍ଷ କରୁଛନ୍ତି କିନ୍ତୁ ମୋର ଦୃଢ ବିଶ୍ୱାସ ଯେ କେନ୍ଦ୍ର ଏବଂ ରାଜ୍ୟ ସରକାର ମିଳିତ ଭାବେ ଏହାକୁ ଦୂର କରିବେ ବୋଲି ସେ କହିଛନ୍ତି।