ଚାଷୀଙ୍କ ଆୟ ବୃଦ୍ଧି କରିବା ପାଇଁ ଖୁବ୍ ଶୀଘ୍ର ମୋଦି ସରକାର ଆଣିବାକୁ ଯାଉଛନ୍ତି ‘କ୍ୟାସବ୍ୟାକ୍’ଭଳି ଯୋଜନା

ନୂଆଦିଲ୍ଲୀ : କ୍ଷୁଦ୍ର ଚାଷୀଙ୍କ ଆୟ ବୃଦ୍ଧି କରିବା ପାଇଁ ମୋଦି ସରକାର ‘କ୍ୟାସବ୍ୟାକ୍’ ଭଳି ଯୋଜନା ଖୁବ୍ ଶୀଘ୍ର କୃଷକମାନଙ୍କର ହୀତ ପାଇଁ ଆଣିପାରନ୍ତି। ଏଥିପାଇଁ ଗୋଟିଏ ମୋବାଇଲ ଆପ ମଧ୍ୟ ପ୍ରସ୍ତୁତ କରାଯାଉଛି। ଯେଉଁଥିରେ ସ୍ଥାନୀୟ ମଣ୍ଡିଗୁଡିକରେ ଦିଆଯାଉଥିବା ଫିସ ତଥା ଟ୍ୟାକ୍ସ ବଦଳରେ ଚାଷୀଙ୍କୁ ସିଧା ସହାୟତା ରାଶି ଦିଆଯାଇପାରିବ। ଏଥି ସହିତ ହିଁ ଟେକ୍ନୋଲୋଜି ସହ ଜଡିତ ହେବା କାରଣରୁ ଚାଷୀଙ୍କୁ ସେମାନଙ୍କର ଉତ୍ପାଦିତ ଦ୍ରବ୍ୟଗୁଡିକର ସଠିକ୍ ମୂଲ୍ୟ ମିଳିପାରିବ। ମୋଦି ସରକାର ଚାଷୀଙ୍କର ଆମଦାନୀ ବୃଦ୍ଧି କରିବା ପାଇଁ ବଜେଟରେ ପାଖାପାଖି ୨ ଶହ କୋଟି ଟଙ୍କାର ବ୍ୟୟ ବରାଦ କରିପାରନ୍ତି। ଏହାଦ୍ୱାରା କୌଣସି ବି ଚାଷୀ ଆଉ ଦଲାଲ ଶୋଷଣର ଶିକାର ହୋଇପାରିବ ନାହିଁ।

ଦଲାଲଙ୍କ ଶୋଷଣର ଶିକାରରୁ ଚାଷୀଙ୍କୁ ରକ୍ଷା କରିବା ପାଇଁ ମୋଦି ସରକାର ଆଧାର ସହ ସଂଯୋଗ ହୋଇଥିବା ମୋବାଇଲ ଆପ ଜରିଆରେ ସିଧାସଳଖ ଚାଷୀଙ୍କ ଖାତାରେ ଟଙ୍କା ପହଂଚାଇବାର ବ୍ୟବସ୍ଥା କରିଛନ୍ତି। ଯେଉଁଥିରେ ସ୍ଥାନୀୟ ମଣ୍ଡିଗୁଡିକରେ ପରିଶୋଧ କରାଯାଉଥିବା ଫିସ ତଥା ଟ୍ୟାକ୍ସ କ୍ୟାସବ୍ୟାକ ଜରିଆରେ ଭରଣ କରାଯିବ। ମୋବାଇଲ ଆପ ଜରିଆରେ ଦେଶର ପାଖାପାଖି ୫୦ ହଜାର ଲୋକାଲ ହାଟ ଏବଂ ମଣ୍ଡିଗୁଡିକୁ ପରସ୍ପର ସହ ସଂଯୋଗ କରାଯିବ। ଆଉ ଚଷା ପୁଅ ମାତ୍ର ଗୋଟିଏ କ୍ଲିକରେ ହିଁ ଆଖପାଖର ମଣ୍ଡିର ତାଜା ଦରର ସୂଚନା ପାଇପାରିବ। ଏହି ମୋବାଇଲ ଆପରୁ ଚାଷୀଙ୍କୁ ମଧ୍ୟସ୍ତି ତଥା ଦଲାଲଙ୍କ ଶୋଷଣର ଶିକାରରୁ ଆଶ୍ୱସ୍ତି ମିଳିବ।

ଚାଷୀଙ୍କ ଆମଦାନୀ ଡବଲ କରିବାକୁ କେନ୍ଦ୍ର ସରକାର ଯୁଦ୍ଧକାଳୀନ ଭିର୍ତ୍ତିରେ ନୂଆ ନୂଆ ପଦକ୍ଷେପମାନ ଉଠାଉଛନ୍ତି। ଏହି କ୍ରମରେ କେନ୍ଦ୍ରର ମୋଦି ସରକାର ଚାଷୀଙ୍କ ଫସଲର ସଠିକ୍ ଦାମ ଦେବା ପାଇଁ ଇ-ମଣ୍ଡିର ପରିସର ବୃଦ୍ଧି କରିବାକୁ ଯୋଜନା ପ୍ରସ୍ତୁତ କରୁଛନ୍ତି। ଇ-ମଣ୍ଡି ଜରିଆରେ ରାଜ୍ୟମାନଙ୍କ ମଧ୍ୟରେ ଅତି ସହଜରେ ଯେଭଳି ବ୍ୟବସାୟ ହୋଇପାରିବେ ଏଥିପାଇଁ ସମସ୍ତ ମଣ୍ଡିଗୁଡିକୁ ଦ୍ରୁତ ଗତିରେ ପରସ୍ପର ମଧ୍ୟରେ ଯୋଡିବାର କାମ ମଧ୍ୟ ଜାରି ରହିଛି। ଟ୍ରେଡର୍ସ ଏବେ ଧାନ କିଣିବା ପୂର୍ବରୁ ପଣ୍ୟଦ୍ରବ୍ୟର କ୍ୱାଲିଟ୍ ଯେଭଳି ଯାଂଚ କରିପାରିବେ, ସେଥିପାଇଁ ସରକାର ଦେଶର ସମସ୍ତ ମଣ୍ଡିଗୁଡିକରେ କ୍ୱାଲିଟି ଚେକ୍ ଲ୍ୟାବ ବନାଇବାର ମଧ୍ୟ ନିଷ୍ପତି ନେଇଛନ୍ତି।

ସମ୍ବନ୍ଧିତ ଖବର