୧୬ କୋଟି ପରିବାରଙ୍କୁ ମୋଦୀ ଦେବେ ଏହି ସ୍ୱତନ୍ତ୍ର ଉପହାର

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଦେଶର ଅତିରିକ୍ତ ୧୬ କୋଟି ୩୦ ଲକ୍ଷ ପରିବାରକୁ ସବସିଡିରେ ଚିନି ଦେବାକୁ ଯୋଜନା କରୁଛନ୍ତି |ସାର୍ବଜନିକ ବିତରଣ ପ୍ରଣାଳୀ ବା ପିଡ଼ିଏସ ଜରିଆରେ ଏହି ସବୁ ପରିବାରକୁ ୧ କିଲୋଗ୍ରାମ ଚିନି ସବସିଡି ମୂଲ୍ୟରେ ଉପଲବ୍ଧ କରାଯିବ | ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଖାଦ୍ୟ ମନ୍ତ୍ରାଳୟ ନୂଆ ସରକାରଙ୍କ ପ୍ରଥମ କ୍ୟାବିନେଟ ବୈଠକରେ ଏହି ସବସିଡି ଯୁକ୍ତ ଚିନି ଉପଲବ୍ଧ କରାଇବାକୁ ସୁପାରିଶ କରିଥିଲା |

ଯାହାକୁ ନେଇ କ୍ୟାବିନେଟ ମନ୍ତ୍ରାଳୟକୁ ଏହି ବିତରଣ କରାଯିବାର ପ୍ରକ୍ରିୟା ବାବଦରେ ରିପୋର୍ଟ ମାଗିଛି | ପିଡ଼ିଏସ ସମ୍ବଧିତ ଖାଦ୍ୟ ପଦାର୍ଥ ଭାରତୀୟ ଖାଦ୍ୟ ନିଗମ ବା ଏଫସିଆଇ ଯୋଗାଣ କରିଥାଏ | ବର୍ତ୍ତମାନ ସରକାର ଅନ୍ତୋଦୟ ଅନ୍ନ ଯୋଜନାରେ ପାଖାପାଖି ୨.୫ କୋଟି ପରିବାରକୁ କିଲୋ ପ୍ରତି ୧୩ ଟଙ୍କା ୫୦ ପଇସା ମୂଲ୍ୟରେ ଚିନି ଯୋଗାଉଛି |

ଯଦି ଏହି ତାଲିକାରେ ଅତିରକ୍ତ ୧୬ କୋଟି ପରିବାରକୁ ସାମିଲ କରାଯାଏ ତେବେ ସରକାରୀ ଅର୍ଥବ୍ୟବସ୍ଥା ଉପରେ ୪ହଜାର ୭୨୭ କୋଟି ଟଙ୍କାର ଅତିରିକ୍ତ ବୋଝ ପଡିବ |

ସମ୍ବନ୍ଧିତ ଖବର