୪.୪୨ଲକ୍ଷ କୋଟି ଟଙ୍କା ଋଣ ନେବେ ମୋଦି ସରକାର, ଏହି କାରଣ ପାଇଁ ନିଆଗଲା ଏତେ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଆର୍ଥିକ ବର୍ଷ ଆରମ୍ଭ ହେବା ପରେ ପରେ ୪.୪୨ଲକ୍ଷ କୋଟି ଟଙ୍କାର ଋଣ କରିବେ ବୋଲି ସାମ୍ନାକୁ ଆସିଛି । ଆର୍ଥିକ ବର୍ଷ ୨୦୧୯-୨୦ମସିହା ପାଇଁ ସରକାର ବଣ୍ଡକୁ ନିଲାମ କରି ଏହି ଋଣ କରିବେ ବୋଲି ଜଣାପଡ଼ିଛି । ଆର୍ଥିକ ବର୍ଷର  ପ୍ରଥମ  ୬ମାସ ପାଇଁ ସରକାର ୪.୪୨ଲକ୍ଷ କୋଟି ଟଙ୍କା ଋଣ ନେବା ପାଇଁ ନିଷ୍ପତ୍ତି ନେଇଥିବା ବେଳେ ଦ୍ୱିତୀୟ ୬ମାସ ପାଇଁ ୨.୬୮ଲକ୍ଷ କୋଟି ଟଙ୍କା ଋଣ କରିବେ ସରକାର । ପ୍ରଥମ ୬ମାସ ପାଇଁ ନିଆଯାଉଥିବା ଋଣ ଆଗାମୀ ବର୍ଷ ନିଆଯିବାକୁ ଥିବା ଋଣଠାରୁ ୬୨ପ୍ରତିଶତ ଅଧିକ ବୋଲି ଜଣା ପଡ଼ିଛି ।

Election Tamasha

ଆର୍ଥିକ ବ୍ୟାପାର ସଚିବ ସୁଭାଷ ଚନ୍ଦ୍ର ଗର୍ଗଙ୍କ କହିବା ଅନୁଯାୟୀ, ବର୍ତ୍ତମାନ ଅର୍ଥମନ୍ତ୍ରାଳୟ ଦାୟିତ୍ୱରେ ଥିବା ମନ୍ତ୍ରୀ ପିୟୁଷ ଗୋୟଲ ଆର୍ଥିକ ବର୍ଷ ୨୦୧୯-୨୦ ପାଇଁ ୭.୧ଲକ୍ଷ କୋଟି ଟଙ୍କା ଯୋଗାଡ କରିବା ପାଇଁ ଲକ୍ଷ୍ୟ ରଖିଥିଲେ । ବର୍ତ୍ତମାନର ଆର୍ଥିକ ବର୍ଷ ପାଇଁ ସରକାର ୫.୭୧ ଲକ୍ଷ କୋଟି ଟଙ୍କା ଋଣ କରିଥିବା ବେଳେ ୧୭ହଜାର କୋଟିର ବଣ୍ଡ ନିଲାମ କରି ସରକାର ଏହି ମୂଲ୍ୟକୁ ବଢ଼ାଇବେ ବୋଲି ଜଣା ପଡ଼ିଛି । ତେବେ ଏତେ ଟଙ୍କାର ଋଣ ନେବା ପଛରେ ସେଭଳି ବଡ଼ କାରଣ ରହିଛି । ପୂର୍ବରୁ ସରକାର ନେଇଥିବା ଋଣକୁ ଶୁଝିବା ପାଇଁ କେନ୍ଦ୍ର ସରକାର ଏତେ ଟଙ୍କା ଋଣ ନେଉଥିବା ସ୍ପଷ୍ଟ ହୋଇଛି । ସରକାର ଆସନ୍ତା ଆର୍ଥିକ ବର୍ଷର ପ୍ରଥମ ୬ମାସରେ ୧.୦୨ଲକ୍ଷ କୋଟି ଟଙ୍କା ଶୁଝିବା ସହ ଦ୍ୱିତୀୟ ୬ମାସରେ ୧.୩୫ଲକ୍ଷ କୋଟି ଟଙ୍କା ଶୁଝିବେ ଜଣା ପଡ଼ିଛି । ପ୍ରଥମ ୬ମାସରେ ଅଧିକ ଋଣ ନେବା ଦ୍ୱାରା ଲାଭ ହେବ ବୋଲି ସରକାର ଆଶା ରଖିିଥିବା କହିଛନ୍ତି ଆର୍ଥିକ ବ୍ୟାପାର ସଚିବ ସୁଭାଷ ଚନ୍ଦ୍ର ଗର୍ଗ ।

ସମ୍ବନ୍ଧିତ ଖବର