ନୂଆଦିଲ୍ଲୀ : କେନ୍ଦ୍ର ମନ୍ତ୍ରୀ ରାଜନାଥ ସିଂହ ଆଜି କହିଛନ୍ତି, କୃଷକମାନେ ଦେଶର ମୂଳଦୁଆ। ସେମାନଙ୍କ ବିରୋଧରେ ‘ନକ୍ସଲ୍’ ଏବଂ ‘ଖଲିସ୍ତାନୀ’ ଶବ୍ଦ ବ୍ୟବହାରକୁ ସେ ବିରୋଧ କରିଛନ୍ତି। ଏକ ସାକ୍ଷାତକାରରେ ରାଜନାଥ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ କଡ଼ା ସମାଲୋଚନା କରିଛନ୍ତି। ରାଜନାଥ କହିଛନ୍ତି, ସେ ଚାଷ ସମ୍ପର୍କରେ କିଛି ଜାଣନ୍ତି ନାହିଁ। କୃଷି ଆଇନ ସଂକ୍ରାନ୍ତରେ ରାହୁଲ ସରକାରଙ୍କୁ ଯେଭଳି ଟାର୍ଗେଟ୍ କରୁଛନ୍ତି ତାକୁ ବିରୋଧ କରି ରାଜନାଥ କହିଛନ୍ତି, କଂଗ୍ରେସ ନେତାଙ୍କ ଅପେକ୍ଷା ସେ ଚାଷ ସମ୍ପର୍କରେ ଅଧିକ ଭଲଭାବେ ଜାଣିଛନ୍ତି। ଯେହେତୁ ସେ ଏକ ଚାଷୀ ପରିବାରରେ ଜନ୍ମ ହୋଇଛନ୍ତି ଏବଂ ତାଙ୍କ ବାପା ମା’ ଉଭୟ କୃଷକ ସେଥିପାଇଁ ସେ ଚାଷ ସମ୍ପର୍କରେ ଭଲଭାବେ ଅବଗତ। କିନ୍ତୁ ରାହୁଲ ତାଙ୍କଠାରୁ ବୟସରେ ବହୁତ ସାନ। ସେ ଜନ୍ମରୁ ଧନୀ। ଅନ୍ୟପକ୍ଷେ ପ୍ରଧାନମନ୍ତ୍ରୀ ଜଣେ ଗରିବ ମା’ ପେଟରୁ ଜନ୍ମ ହୋଇଛନ୍ତି। ତେଣୁ ମୋଦୀ ସରକାର କେବେ ବି ଅନ୍ନଦାତାଙ୍କ ବିରୋଧରେ ଯିବେନି ବୋଲି ରାଜନାଥ କହିଛନ୍ତି।
ମୋଦୀ ସରକାର କେବେ ବି ଅନ୍ନଦାତାଙ୍କ ବିରୋଧରେ ଯିବେନି: ରାଜନାଥ
/sambad/media/post_attachments/wp-content/uploads/2020/09/Rajnath-Singh.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)