ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଙ୍ଗଳବାର ଦେଶର ସମ୍ପୂର୍ଣ୍ଣ ବଜେଟ୍ ଉପସ୍ଥାପନ କରିଛନ୍ତି। ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ତୃତୀୟ କାର୍ଯ୍ୟକାଳର ପ୍ରଥମ ବଜେଟ୍। ଏହା ନିର୍ମଳା ସୀତାରମଣଙ୍କ ସପ୍ତମ ବଜେଟ୍ । ଏଥର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସିଏମ ଚନ୍ଦ୍ରବାବୁ ନାଇଡୁଙ୍କୁ ଏକ ରିଟର୍ନ ଗିଫ୍ଟ ଦେଇଛନ୍ତି। କେନ୍ଦ୍ର ସରକାର ଆନ୍ଧ୍ରପ୍ରଦେଶ ପାଇଁ ଟ୍ରେଜେରୀ ଖୋଲି ଦେଇଛନ୍ତି ।
ଆନ୍ଧ୍ରପ୍ରଦେଶକୁ ଆର୍ଥିକ ପ୍ୟାକେଜ୍ ମିଳିଛି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆନ୍ଧ୍ରପ୍ରଦେଶକୁ ଏକ ବଡ଼ ଉପହାର ଦେଇଛନ୍ତି। ସେ କହିଛନ୍ତି ଯେ ଆନ୍ଧ୍ରପ୍ରଦେଶ ପୁନର୍ଗଠନ ଅଧିନିୟମ ଅନୁଯାୟୀ ଦିଆଯାଇଥିବା ସମସ୍ତ ପ୍ରତିଶ୍ରୁତି ପୂରଣ ହେବ। ରାଜ୍ୟର ପୁଞ୍ଜି ଆବଶ୍ୟକତାକୁ କେନ୍ଦ୍ର ସରକାର ଗ୍ରହଣ କରିଛନ୍ତି। ଏହା ଅନ୍ତର୍ଗତ ଆନ୍ଧ୍ରପ୍ରଦେଶ ପାଇଁ ବଜେଟରେ ୧୫ ହଜାର କୋଟି ଟଙ୍କା ଘୋଷଣା କରାଯାଇଛି।
ପୋଲାଭାରାମ ଜଳସେଚନ ପ୍ରକଳ୍ପ ପାଇଁ ନିର୍ମଳା ସୀତାରମଣ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଏହି ପ୍ରକଳ୍ପ ସଂପୂର୍ଣ୍ଣ କରିବାକୁ ସରକାର ପ୍ରତିଶ୍ରୁତିବଦ୍ଧ କାରଣ ସେଠାରେ ଥିବା କୃଷକମାନେ ଏହି ପ୍ରକଳ୍ପରୁ ଉପକୃତ ହେବେ। ଏହି ପ୍ରକଳ୍ପ ପାଇଁ ପାଣ୍ଠି ଯୋଗାଇ ଦିଆଯିବ। ଏଥିସହ ଆନ୍ଧ୍ରପ୍ରଦେଶରେ ଶିଳ୍ପ ବିକାଶକୁ ପ୍ରୋତ୍ସାହିତ କରାଯିବ, ଏଥିପାଇଁ ସରକାର ଜଳ, ବିଦ୍ୟୁତ୍, ରେଳପଥ ଏବଂ ସଡ଼କ ଭଳି ଅତ୍ୟାବଶ୍ୟକ ଭିତ୍ତିଭୂମି ପାଇଁ ବଜେଟ୍ ଯୋଗାଇ ଦେବେ।
Andhra Pradesh CM N Chandrababu Naidu tweets "On behalf of the people of Andhra Pradesh, I thank the PM
— ANI (@ANI) July 23, 2024
Modi and Union Finance Minister Nirmala Sitharaman, for recognising the needs of our State and focusing on a Capital, Polavaram, industrial nodes and development of backward… pic.twitter.com/ylF9eixIHe
ଲୋକସଭା ନିର୍ବାଚନ ୨୦୨୪ ର ଫଳାଫଳ ବାହାରିବା ପରେ କେନ୍ଦ୍ରରେ ରାଜନୈତିକ ପରିସ୍ଥିତି ବଦଳି ଯାଇଥିଲା । ଭାରତୀୟ ଜନତା ପାର୍ଟି ସଂଖ୍ୟାଗରିଷ୍ଠତା ଠାରୁ ଦୂରରେ ରହିଥିଲା। ଏଭଳି ପରିସ୍ଥିତିରେ ଚନ୍ଦ୍ରବାକୁଙ୍କର ଟିଡିପି ଏବଂ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଜେଡିୟୁ ସହଯୋଗରେ ମୋଦୀ ୩.୦ ସରକାର ଗଠନ କରାଯାଇଥିଲା। ମୋଦୀ ସରକାରଙ୍କ ଉପରେ ଚାପ ପକାଇବାରେ ଚନ୍ଦ୍ରବାବୁ ନାଇଡୁ ଏବଂ ନୀତୀଶ କୁମାର ସଫଳ ହୋଇଥିଲେ। ଏହାର ପ୍ରଭାବ ବଜେଟ୍ ୨୦୨୪ ରେ ଦେଖା ଯାଇଛି। ସରକାରୀ ବଜେଟରେ ଆନ୍ଧ୍ରପ୍ରଦେଶ ଏବଂ ବିହାର ପାଇଁ ସ୍ୱତନ୍ତ୍ର ଘୋଷଣା କରାଯାଇଛି।
ଆନ୍ଧ୍ରପ୍ରଦେଶର ସିଏମ୍ ଏନ ଚନ୍ଦ୍ରବାବୁ ନାଇଡୁ ସୋସିଆଲ ମିଡ଼ିଆ ଏକ୍ସରେ ଟୁଇଟ୍ କରି ପୋଷ୍ଟ କରିଛନ୍ତି, ଆନ୍ଧ୍ରପ୍ରଦେଶର ଲୋକମାନଙ୍କ ତରଫରୁ ମୁଁ ପ୍ରଧାନମନ୍ତ୍ରୀ ମୋଦୀ ଏବଂ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଆମ ରାଜ୍ୟର ଆବଶ୍ୟକତାକୁ ସ୍ୱୀକାର କରି ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ କେନ୍ଦ୍ରୀୟ ବଜେଟ୍ କାର୍ଯ୍ୟକାରୀ କରିଥିବାରୁ ମୁଁ ଧନ୍ୟବାଦ ଜଣାଉଛି। ରାଜଧାନୀ, ପୋଲାଭାରାମ, ଇଣ୍ଡଷ୍ଟ୍ରିଆଲ୍ ନୋଡ୍ ଏବଂ ପଛୁଆ ଅଞ୍ଚଳର ବିକାଶ ଉପରେ ବଜେଟ୍ ଧ୍ୟାନ ଦେଇଛି। କେନ୍ଦ୍ରର ଏହି ସହାୟତା ଆନ୍ଧ୍ରପ୍ରଦେଶର ପୁନର୍ନିର୍ମାଣରେ ବହୁତ ସହାୟକ ହେବ। ଏହି ପ୍ରଗତିଶୀଳ ଏବଂ ଆତ୍ମବିଶ୍ୱାସୀ ବଜେଟର ଉପସ୍ଥାପନା ପାଇଁ ମୁଁ ଆପଣଙ୍କୁ ଅଭିନନ୍ଦନ ଜଣାଉଛି।